କରୋନା ପାଇଁ ସଭା ସମିତି ରଦ୍ଦ

ଭୁବନେଶ୍ୱର() କରୋନାକୁ ରାଜ୍ୟ ସରକାର ବଡ ବିପର୍ୟ୍ୟୟ ଘୋଷଣା କରିଛନ୍ତି । ତେବେ କରୋନାକୁ ନେଇ ଟ୍ୱିନ ସିଟିର ସମସ୍ତ ସ୍ଥାନରେ ସଭା ସମିତି ରଦ୍ଦ କରିବାକୁ ପୋଲିସର ଆହ୍ୱାନ । ଗାନ୍ଧୀ ମାର୍ଗରେ ହେଉଥିବା ସମସ୍ତ ଧାରଣାକୁ ବନ୍ଦ କଲା ପୋଲିସ । ଧାରଣାରେ ନବସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କଲେ ପୋଲିସ କମିଶନର ।

ତେବେ ପୋଲିସ ବାରାକ ନେଇ ମଧ୍ୟ ସୂଚନା ଦେଇଛନ୍ତି ସିପି । ବାରାକକୁ ନେଇ ଆମେ ସଚେତନ ଅଛୁ । କୌଣସି କର୍ମଚାରୀଙ୍କ ଦେହ ଯଦି ଖରାପ ହୁଏ ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଛୁଟି ଦିଆଯିବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସିନେମା ହଲ, ସୁଇମିଙ୍ଗ ପୁଲ ବନ୍ଦ ନିର୍ଦ୍ଦେଶ ପରେ ସେସବୁ ସ୍ଥାନରେ ପହଞ୍ଚିଛି ପୋଲିସ । ରାଜଧାନୀର ସମସ୍ତ ସିନେମା ହଲ ବନ୍ଦ କରିବାକୁ ପିସିଆର ପଠାଯାଇଥିବା ସୂଚନା ଦେଇଛନ୍ତି ସିପି ।

Share

Leave a Reply

Your email address will not be published. Required fields are marked *

fourteen + 4 =