ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’

ଏହା ସହିତ କରୋନା ସମ୍ପର୍କିତ ଅଧିକ ସୂଚନା ଜାଣବାକୁ ଭିଡିଓର ଶେଷରେ ଏକ ହେଲପ ଲାଇନ ନମ୍ବର ମଧ୍ୟ ଜାରି ହୋଇଛି । କରୋନାଙ୍କୁ ନେଇ ଅଧିକ ଭୟଭୀତ ନହୋଇ ସଚେତନ ହେବା ଓ ସଚେତନ କରିବାକୁ ଟୁଇଟ୍ ରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

seventeen − eight =