କାଳିଆ ଓ ପିଏମ କିଷାନର ମିଶ୍ରଣ ସମ୍ପର୍କରେ ମନ୍ତ୍ରୀଙ୍କ ପ୍ରତିକି୍ରୟା

ଭୁବନେଶ୍ୱର() ଆଜି ବିଧାନଭାରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି , ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରୁ ୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି , କାଳିଆକୁ କେନ୍ଦ୍ରୀୟ ଯୋଜନାର ସାମିଲ କରିବା ପ୍ରସ୍ତାବ ନାହିଁ । ତେବେ ପିଏମ କିଷାନ ଓ କାଳିଆକୁ ମିଶାଇ ୧୦ ହଜାର ମିଳିବ । ପିଏମ କିଷାନରେ ୬ ହଜାର ସହ ଆଉ ୪ ହଜାର କାଳିଆରେ ମିଳିବ । ପିଏମ କିଷାନରେ ୩ଟି କିସ୍ତିରେ ଚାଷୀ ୬ ହଜାର ଟଙ୍କା ପାଇବେ । ୬ ହଜାର ପାଇଥିବା ଚାଷୀଙ୍କୁ କାଳିଆ ଯୋଜନାରେ ଆଉ ୪ ହଜାର ଟଙ୍କା ମିଳିବ ।

Share

Leave a Reply

Your email address will not be published. Required fields are marked *

three × 3 =