ସେକ୍ସ ନିଶାରେ ମହିଳା

ବ୍ରିଟେନରେ ରହୁଥିବା ୨୮ବର୍ଷ ମହିଳା ଫ୍ରାଙ୍କି କୋନ୍ସିଡିନ୍ ଏକ ସାକ୍ଷାତକାରରେ କହିଛନ୍ତି ୧୩୦ଜଣ ପୁରୁଷଙ୍କ ସହ ଶୋଇ ସାରିଛନ୍ତି।ଫଳରେ ତାଙ୍କୁ ଶାରିରୀକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।
କୋନ୍ସିଡିନ୍ କହିଛନ୍ତି ତାଙ୍କ ମସ୍ତିଷ୍କ ସେତେବେଳେ କାମ କରୁଛି ଯେତେବେଳେ ସେ ଜାଣୁଛନ୍ତି ଯେ ସେ ଆଜି କାହା ସହ ଶୋଇବେ।

 

ସାଧାରଣତଃ ପୁରୁଷମାନଙ୍କୁ ସେକ୍ସ ନିଶାରେ ପଡ଼ିଥିବାର ଦେଖାଯାଇଥାଏ,କିନ୍ତୁ ଏବେ ମହିଳାମାନେ ମଧ୍ୟ ଏଥିରେ ପୀଡ଼ିତ ହେଉଛନ୍ତି। ଫ୍ରାଙ୍କି ମଧ୍ୟ ସେକ୍ସ ନିଶାରେ ପୀଡ଼ିତ। ବ୍ରିଟେନର ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ୬ଲକ୍ଷ ୬୦ହଜାର ମହିଳା ଏହି ସମସ୍ୟା ଭୋଗୁଛନ୍ତି।

ସେକ୍ସ ନିଶାରେ ପୀଡ଼ିତ ଲୋକଙ୍କୁ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇପାରେ। ଫ୍ରାଙ୍କି ଏହି କାରଣରୁ ଡିପ୍ରେସନ୍ ଅନ୍ୟାନ୍ୟ ଯୌନ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ଦେଶର ୪ ପ୍ରତିଶତ ଲୋକେ ସେକ୍ସ ଆଡିକ୍ଟ। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ମହିଳା। ଏହା କେଉଁ କାରଣରୁ ହୋଇଥାଏ ଏହା ଏଯାଏଁ ଜଣା ପଡ଼ି ପାରିନାହିଁ।

Share

Leave a Reply

Your email address will not be published. Required fields are marked *

5 + 4 =