ଭାଇରାଲ ହେଇନି ପ୍ରଶ୍ନପତ୍ର

ଭୁବନେଶ୍ୱର () ଆଜି ଧର୍ମଗଡରେ ଭାଇରାଲ ହେଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ ।

ମାଟି୍ରକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ନପୁରୁଣୁ ମୋବାଇଲକୁ ମୋବାଇଲ ଘୁରି ବୁଲିଥିବା ପ୍ରଶ୍ନପତ୍ର । ଏହି ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଏଭିତରେ ପୁଣି ଖବର ଆସିକି କି ଚଳିତ ବର୍ଷର ନୁହେଁ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ।

ସେପଟେ ଆଜି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ୟାକେଟ ଖୋଲାଯାଇ ୯ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

16 − seven =