ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର

ଭୁବନେଶ୍ୱର() ପୁଣି ଭାଇରାଲ ହେଉଛି ମାଟ୍ରିକ ପ୍ରଶ୍ନପତ୍ର । ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ । କିଛି ସମୟ ପରେ ପରୀକ୍ଷା ଶେଷ ପରେ ଏହା ସ୍ପଷ୍ଟ ହେବ । କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଭାଇରାଲ ହେଉଛି ପ୍ରଶ୍ନପତ୍ର । ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକି୍ରୟା ଦେଇ କହିଛନ୍ତି , ପ୍ରଶ୍ନପତ୍ର ଭାଇରାଲ ହେବା ନେଇ କୌଣସି ସତ୍ୟତା ଜଣାପଡି ନାହିଁ । ସତ୍ୟତା ଜଣାପଡିଲେ ପଦକ୍ଷେପ ନିଆଯିବ ।

Share

Leave a Reply

Your email address will not be published. Required fields are marked *

3 × two =