1୦ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର () ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଂଜୁରୀ । କାଲି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମିଳିଛି କ୍ୟାବିନେଟର ମଂଜୁରୀ । ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ନିଷ୍ପତ୍ତି ହୋଇଛି । ୧୦୦ ଠିକା ଭାଷା ଶିକ୍ଷକ ପଦବୀ ନିୟମିତ କରିବାକୁ ମିଳିଛି ମଂଜୁରୀ । ବେସରକାରୀ ଡିଲରଙ୍କ ସମୟସୀମା ୫ବର୍ଷ ୬ମାସକୁ ବୃଦ୍ଧି କରାଯାଇଛି । ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ନିୟମ ୨୦୨୦କୁ ମିଳିଛି ମଂଜୁରୀ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧କୁ ମଂଜୁରୀ ମିଳିଥିବାବେଳେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ ନିୟମାବଳୀର ସଂଶୋଧନ ହୋଇଛି । ଓଏସଏଚବି ଓ ବିଡିଏ ଉପରେ ଥିବା ବକେୟା ପରିଶୋଧକୁ ମଂଜୁରୀ ମିଳିବା ସହ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ସଂକ୍ରାନ୍ତୀୟ ସଂଶୋଧନକୁ ମଂଜୁରୀ ମଧ୍ୟ ମିଳିଛି । ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ନିୟମ ୨୦୦୭ ସଂଶୋଧନକୁ ବାଜିଛି କ୍ୟାବିନେଟ ମୋହର ।

Share

Leave a Reply

Your email address will not be published. Required fields are marked *

4 × four =