କାଲିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ, କାରଣ ଜାଣନ୍ତୁ

ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ୫ ଦିନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଏହି ସମୟରେ ଦୁଇ ଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଜାଣନ୍ତୁ କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ ।
୨୧ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଆଉ ଏହି କାରଣରୁ ସବୁ ସରକାରୀ ବ୍ୟାଙ୍କର କାର୍ୟ୍ୟ ବନ୍ଦ ରହିବ । ସେହିପରି ଡିସେମ୍ବର ୨୨ ତାରିଖ ମାସର ଚତୁର୍ଥ ଶନିବାର ହେଉଥିବାରୁ ସାରା ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିବ । ୨୩ ଡିସେମ୍ବର ରବିବାର ହେତୁ ବ୍ୟାଙ୍କ ଗୁଡିକ ଛୁଟି ରହିବ । ୨୪ ତାରିଖ ଦିନ ବ୍ୟାଙ୍କ ଗୁଡିକ ଖୋଲା ରହୁଥିବାବେଳେ ଡିସେମ୍ବର ୨୫ ତାରିଖ ବଡଦିନ କାରଣରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଡିସେମ୍ବର ୨୬ ତାରିଖ ବ୍ୟାଙ୍କ କର୍ମଚାରୀମାନଙ୍କର ଧର୍ମଘଟ କାରଣରୁ ସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସୂଚନା ଅନୁଯାୟୀ, ଡିସେମ୍ବର ୨୧ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ୟ୍ୟନ୍ତ ୬ ଦିନରେ କେବଳ ଗୋଟିଏ ଦିନ ବ୍ୟାଙ୍କ ଖୋଲା ରହିବ । କିନ୍ତୁ କର୍ମଚାରୀମାନଙ୍କର ଧର୍ମଘଟ ସମୟରେ ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲା ରହିବ ।

Share

Leave a Reply

Your email address will not be published. Required fields are marked *

2 × five =