ଓଡିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ ନେଇ ଆଲୋଚନା

ନୂଆଦିଲ୍ଲୀ() ଆଗାମୀ ଦିନରେ ଓଡିଶାର ବିକାଶ ତଥା ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ମିଶି କିପରି କାମ କରିବେ ସେ ନେଇ ସବିଶେଷ ଆଲୋଚନା କରାଗଲା ବୋଲି ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ ବିଭାଗ ସହିତ ଓଡିଶାର ସମ୍ପର୍କ ବହୁ ପୁରୂଣା । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ୱରେ ଥିଲେ । ଓଡିଶାର ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରର ପ୍ରଶାସନିକ ଦାୟିତ୍ୱ ଇସ୍ପାତ ଓ ଖଣି ବିଭାଗରୁ ଆରମ୍ଭ କରିଥିଲେ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶା ଗୋଟିଏ ଇସ୍ପାତ ଉପôାଦନକାରୀ ରାଜ୍ୟ । ଇସ୍ପାତ ପଲିସିରେ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଷ୍ଟିଲ ଉପôାଦନ ହେବା ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ କେବଳ ଓଡିଶାରୁ ୧୦୦ ମିଲିୟନ ମେଟ୍ରିକ ଟନ ଷ୍ଟିଲ ଉପôାଦନ ହେବ ବୋଲି ପଲିସିରେ ଉଲ୍ଲେଖ ଅଛି । ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ବେଳେ ଆଗାମୀ ଦିନରେ ବିଶେଷତଃ ଓଡିଶା ପାଇଁ କଣ କରାଯାଇପାରିବ ସେ ନେଇ ଉଦ୍ୟମ କରାଯିବ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଆଲୋଚନାରେ ସାମୁଦ୍ରିକ ବାତ୍ୟା ଫନୀ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଅପେକ୍ଷାକୁ ଭାରତ ସରକାର ପୂରା କରିବାର ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା ।“ସେହିପରି ଓଡିଆ ଲୋକଙ୍କ ସେବା କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଦାୟିତ୍ୱ ଅଛି । ସେହି ଦାୟିତ୍ୱ ଗୁଡିକୁ ଯେପରି ଅଧିକ ସମନ୍ୱୟ ଆଧାରରେ ପୂରା କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସାକ୍ଷାତକାର ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା । ଓଡିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଥିବା ଦାୟିତ୍ୱ ନେଇ ଆଲୋଚନା ହୋଇଥିଲା । ସର୍ବଦା ରାଜନୈତିକ ବିଷୟରେ ଆଲୋଚନା ନୁହେଁ ସାଢେ ଚାରି ଓଡିଆଙ୍କ ଜୀବନରେ ମୂଳଭୁତ ପରିବର୍ତନ ହେବା, ଯୁବକମାନେ ରୋଜଗାର ପାଇବା ପ୍ରମୁଖ ବିଷୟ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଲୋକମାନେ ତାଙ୍କ ମତ ଦେଇଛନ୍ତି । ଚଳିତ ନିର୍ବାଚନରେ ଓଡିଶାର ଲୋକମାନେ ରାଜ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓ କେନ୍ଦ୍ରରେ ଦିଲ୍ଲୀ ସରକାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ(ସେଲ୍)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen − 5 =