ବିଶ୍ବ ନର୍ସିଂ ଦିବସରେ ନର୍ସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ବିଶ୍ବ ନର୍ସିଂ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭୟଙ୍କର ମହାମାରୀ ସମୟରେ ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ରୋଗୀଙ୍କୁ ନିଷ୍ଠାର ସହିତ ସେବା ଯୋଗାଉଥିବା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।ଦିନକୁ ଦିନ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ କରୋନା ସଂକ୍ରମିତଙ୍କ ସେବାରେ କାର୍ଯ୍ୟରତ ଅନେକ ଡାକ୍ତର ଏବଂ ନର୍ସ ସଂକ୍ରମିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 1 =