୨ ସୁଦ୍ଧା ସମାଧାନ ନହେଲେ ଆନ୍ଦୋଳନ

ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଗଣତନ୍ତ୍ରକୁ ନଷ୍ଟ କରିଛି। ଆସନ୍ତା ୨ ତାରିଖ ସୁଦ୍ଧା ଏହାର ସମାଧାନ ହେବା ଦରକାର। ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସମିଟରେ କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ତାରା ପ୍ରସାଦ ବାହିନୀପତି । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି।
ଆଇନଜୀବୀଙ୍କ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ବାହିନୀପତି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ନଭେମ୍ବର ୨ ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନେହେଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ। ଏହି ଘଟଣାରେ ଗୋଳିଆପାଣିରୁ ବିଜେଡି ଓ ବିଜେପି ଫାଇଦା ଉଠାଉଛନ୍ତି। ଦୀର୍ଘ ୨ ମାସ ହେବ କୋର୍ଟ କାର‌୍ୟ୍ୟ ଅଚଳ। ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ? ଆଇନଜାବୀଙ୍କ ସହ କାହିଁକି ଆଲୋଚନା କରୁନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷେ ଏହି ମାମଲାରେ ରାଜନୀତି ତେଜିଥିଲାବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଦେଢ ମାସ ଧରି ଓକିଲମାନଙ୍କ ଆନ୍ଦୋଳନ ଚାଲିଲାଣି । ସରକାର ଏହାର ସମାଧାନ ପାଇଁ କୌଣସି ଉଦ୍ୟମ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି । କୋର୍ଟରେ ମାମଲା ,ସଂଖ୍ୟା ବଢି ବଢି ଚାଲିଛି । ଜାମିନ୍ ଆବେଦନ ହୋଇପାରୁନାହିଁ । ରାଜ୍ୟରେ ଶାସନ ଅଛି ବୋଲି ମନେ ହେଉନାହିଁ । ସବୁ ଆଡେ ଅସନ୍ତୋଷ ଦେଖା ଦେଲାଣି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ସବୁଠାରୁ ଦୁଭାଗ୍ୟଜନକ ବୋଲି ସେ କହିଛନ୍ତି ।
ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ହାଇକୋର୍ଟ ବାର୍ ଆସୋସିଏସନର ଗରିମା ଓ ମର‌୍ୟ୍ୟାଦା ରହିଛି । ଏହାକୁ ବଜାୟ କରାଯାଉ, କୌଣସି ମତେ କ୍ଷୂର୍ଣ୍ଣ କରାନଯାଉ । ହାଇକୋର୍ଟ ବାରକୁ ପଲଟିକାଲ ଲାବ୍ରୋଟୋରୀ କରାନଯାଉ । ମନ୍ତ୍ରୀ ଓ ସଚିବ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରନ୍ତୁ । ହାଇକୋର୍ଟ ସମ୍ମୁଖରେ ଯେଉଁ ଘଟଣା ଘଟିଲା ତାହା ଅତୀତରେ କେବେ ଦେଖା ଦେଇନଥିଲା ।
ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ ବିଜେଡି ପକ୍ଷରୁ ମୁଖପାତ୍ର ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି। ଆଇନସେବାକୁ ସ୍ୱାଭାବିକ କରିବାକୁ ବିଜେଡି ଲିଗାଲ ସେଲ୍ କୋର୍ଟକୁ ଯାଇଥିଲା । କିଛି ସ୍ୱାଧୀନ ଆଇନଜୀବୀ ମଧ୍ୟ କୋର୍ଟକୁ ଯାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ସେମାନଙ୍କୁ ଅଟକାଇ ଲଙ୍କାକାଣ୍ଡ କରାଗଲା ବୋଲି ସେ କହିଛନ୍ତି। ଗଣ୍ଡଗୋଳ ଭିଆଇଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ବାର୍ ଆସୋସିଏସନ ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ କଥା ଅଟକିଛି। ସରକାର ହେଉଛନ୍ତି ତୃତୀୟ ପକ୍ଷ। ବିଜେପି ଏହାର ଫାଇଦା ଉଠାଉଛି ବୋଲି ପ୍ରତାପ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 3 =