ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମୁଭି କମ୍ପାନୀ ତରଫରୁ ୨.୫ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଆ ଉଦ୍ୟୋଗପତିଙ୍କ ଦ୍ୱାରା ପ୍ରତିଷ୍ଠିତ ମୁଭି ସଫ୍ଟଓୟାର କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମାଧ୍ୟମରେ କଂପାନୀର ପ୍ରତିଷ୍ଠାତା ଶ୍ରୀ ଅଂଶୁମାନ ଦାସ ଏହି ଦାନ ଅନ୍‌ଲାଇନ୍‌ରେ ପଠାଇଛନ୍ତି । ଏହି ରାଶି ପ୍ରଦାନକରି ଶ୍ରୀ ଦାସ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ସଠିକ୍ କୋଭିଡ୍‌ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍‌ ମହାମାରୀ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । 

କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିଜ ସଂସ୍ଥା, କାର୍ଯ୍ୟାଳୟ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ବଜାୟ ରଖିବାକୁ ଅନୁରୋଧ କରିଥଲେ ।       

ସୂଚନାଯୋଗ୍ୟ, ମୁଭି ସଫ୍ଟଓୟାର ସଂସ୍ଥା ଏକ ଓଡ଼ିଶା ଉଦ୍‌ଭବ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଫାର୍ମ ଏବଂ ଏଥିରେ ବର୍ତ୍ତମାନ ୨୦୦ ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ଅଛନ୍ତି । 

Share

Leave a Reply

Your email address will not be published. Required fields are marked *

four × 3 =