ବରିଷ୍ଠ ନାଗରିକଙ୍କ ନମୂନା ସଂଗ୍ରହ ପାଇଁ ବିଏମସି ପଠାଇବ ଟିମ୍

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ପାଇଁ ଟେଷ୍ଟିଂ ସୁବିଧା ଯୋଗାଇଲା  ବିଏମସିି। ସୋମବାରଠୁ ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ ।ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯିବା ସହ ଟିକା କେନ୍ଦ୍ରକୁ ନେବା ଆଣିବାରେ ସହଯୋଗ କରିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।

ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ବରିଷ୍ଠ ନାଗରିକଙ୍କ ପାଇଁ ହସ୍ପିଟାଲ କିମ୍ବା ଟେଷ୍ଟିଂ କେନ୍ଦ୍ରକୁ ଆସି କରୋନା ଟେଷ୍ଟ କରିବାରେ ଅସୁବିଧା ହେଉଛି। ତେଣୁ ଏବେ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି।ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ପାଇବାକୁ ହେଲେ ବିଏମସି ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୨୯ରେ ରେଜିଷ୍ଟ୍ରେସନ ଅବା କଲ୍ କରିବା ଆବଶ୍ୟକ । ସେଥିପାଇଁ ଆହୁରି ସଦୃଢ଼ିକରଣ କରାଯାଇଛି ୧୯୨୯ କଲ୍ ସେଣ୍ଟର । ଅଧିକ ୫ଟି ସୁବିଧା ପାଇପାରିବେ ରାଜଧାନୀବାସୀ । ତେବେ ଲକ୍ଷଣ ଥିଲେ ନଲୁଚାଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଟୀକାକରଣ କେନ୍ଦ୍ର ମଧ୍ୟ ବଢ଼ାଇବାକୁ ଯୋଜନା କରୁଛି ବିଏମସି । ଲକ୍ଷଣ ଦେଖା ଦେଲେ ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ତଥ୍ୟ ଦେବେ। ନାଁ ଏବଂ ନିଜର ଠିକଣା ଦେଲେ ଭ୍ୟାନ ଯାଇ ଘରୁ ସାମ୍ପୁଲ ସଂଗ୍ରହ କରାଯିବ । 

Share

Leave a Reply

Your email address will not be published. Required fields are marked *

sixteen − 5 =