‘ଆଗାମୀ ପିଢୀକୁ ଭୁଲ୍ ବାର୍ତ୍ତା ଦେଇଛନ୍ତି ସୁବାସ’: ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି, ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ଗାରିମାକୁ ନଷ୍ଟ କରିଛି । ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ । ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଦଳ କହିଛି । ଏହା ପଛରେ କାହାର ହାତ ଅଛି ? ଏହା ସୁବାସଙ୍କର ନିଜସ୍ବ ନିଷ୍ପତ୍ତି ନା ଏହାକୁ ଦଳ ପ୍ରୋତ୍ସାହିତ କରୁଛି କି ?

ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ଲୋକଙ୍କୁ ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ସାରା ଦେଶରେ ସୁବାସଙ୍କ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି । ସେ ଜାତୀୟ ଦଳର ବିଧାୟକ ହୋଇଥିଲେ ମଧ୍ୟ ବିଜେପି ଚୁପ୍ କାହିଁକି ବସିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅତନୁ ।ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିଧାନସଭାର ଗାରିମା ନଷ୍ଟ କରୁଛି । ରାଜ୍ୟର ପବିତ୍ରତା ଓ ଗାରିମାକୁ ଭ୍ରୂଲୁଣ୍ଠିତ କରିଛନ୍ତି ସୁବାସ । ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ଏକ ନମୁନା ସୃଷ୍ଟି କରିଛନ୍ତି ।ଏହା ସାଧାରଣ ଲୋକଙ୍କୁ କି ବାର୍ତ୍ତା ଦେଲା ? ଜଣେ ଲୋକ ପ୍ରତିନିଧି ଏଭଳି ଆଚରଣ ପ୍ରଦର୍ଶନ କରିବା ଠିକ୍ କି ? ଆଗାମୀ ପିଢୀ ପାଇଁ ଭୁଲ୍ ବାର୍ତ୍ତା ଦେଇଛନ୍ତି ବିଧାୟକ ।

Share

Leave a Reply

Your email address will not be published. Required fields are marked *

seven + ten =