ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା | ଗଣମାଧ୍ୟମ ଆଗରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି | ହାଇକୋର୍ଟ ରାୟ ନଦେବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରହିବ | ପୁରୁଣା ଦର ଅନୁସାରେ ଏବେ ଟିକସ ଆଦାୟ ହେବ କହିଲେ ମନ୍ତୀ | ବେଞ୍ଚମାର୍କ ବଢ଼ିଥିବାରୁ ବିଏମସି ଟିକସ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା | ଏହି ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି | ଲୋକଙ୍କ ଭାବାବେଗକୁ ଦେଖି ମୁଖ୍ୟମନ୍ତ୍ରୀ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି |

Share

Leave a Reply

Your email address will not be published. Required fields are marked *

10 + eight =