ଦେଖନ୍ତୁ ରଥ ନିର୍ମାଣ କାର୍ଯ୍ୟର କିଛି ଚିତ୍ର

ପୁରୀ ()  ଅଷ୍ଟମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ(ପଇଠ) ହୋଇଛି ।

ଅନ୍ୟଟିରେ ପଇଲାଗି ସାରି ବିଭୋର ବାଡିଆ ଆରମ୍ଭ ହୋଇଛି । ଅନ୍ୟଟିରେ ଅର ସଂଯୋଗ ସରି ପଇଲଗି ବାକି ହୋଇଛି ।

ମଝିରଥର ଦୁଇଟି ଚକାରେ ଅର ପଇ ସଂଯୋଗ ଚାଲିଛି । ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟୟରେ ଥିବା ବେଳେ ୨ଟି ତୁମ୍ବର ବିନ୍ଧ କାମ ବାକି ଅଛି ।

ସେହିପରି ବଡ ରଥର ଦୁଇଟି ଚକରେ ପଇ ଲାଗିବାକୁ ଥିବା ବେଳେ ଗୋଟିକରେ ଅର ସଂଯୋଗ ସରିଛି ଏବଂ ୧୧ଟି ଗୁଜରେ ତଙ୍ଗ ବିରାଜ ଖୋଦେଇ ସରିଥିବା ବେଳେ ୯ଟି ଜଳଦନ୍ତ କାର୍ଯ୍ୟ ସରିଛି ।

 ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା । ଏଥିରୁ ଜଣାପଡିଥିଲା ସମସ୍ତ ସେବକ ସୁସ୍ଥ ଅଛନ୍ତି ।

ଏଥି ସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାପ କଲେକ୍ସନ ଆରମ୍ଭ ହୋଇ ବୁଧବାର ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଗୁରୁବାର ୭୫ ଜଣଙ୍କର ସ୍ୱାପ ନମୁନା ସଂଗ୍ରହ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × one =