ଭୁବନେଶ୍ୱରରେ ଫଳଦର ଆକାଶ ଛୁଆଁ

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ । ଏହି ସାବିତ୍ରୀ ବ୍ରତ ଲାଗି ଫଳ ଦର ଆକାଶ ଛୁଆଁ ରହିଛି । ବଡ଼ ବଡ଼ ମଲ ବନ୍ଦ ରହିଥିବାରୁ ଫୁତଫାତରେ ବସୁଥିବା ଦୋକାନରେ ଲାଗିଛି ପ୍ରବଳ ଭିଡ଼ । ତେବେ ଆଜି ଭୁବନେଶ୍ୱରରେ ଲିଚୁ କିଲୋ ପ୍ରତି ୧୮୦, ପଣସ ଗୋଟାକୁ ୨୦୦ ଟଙ୍କା, ଅଙ୍ଗୁର ୧୮୦, ସେଓ ୨୨୦, କମଳା ୧୫୦, ଡାଲିମ୍ବ ୧୮୦ ଥିବା ବେଳେ ସାବିତ୍ରୀ ପୂଜା ସାମଗ୍ରୀ ର ଦାମ ମଧ୍ୟ ବଢିଛି । ସେପଟେ ବେପାରୀ ମଧ୍ୟ ଚିନ୍ତାରେ ସବୁ ବର୍ଷ ଭଳି ବେପାର ହେଉନାହିଁ । ବାହାରୁ ଫଳ ଅଧିକ ନଆସିପାରିବାରୁ ଯାହା ବି ଆସୁଛି ଓଡିଶା ବଜାର ରେ ତାହାର ଦର ବୃଦ୍ଧି ହେଉଛି । ସକାଳ ୭ ରୁ ୧୧ ପର‌୍ୟ୍ୟନ୍ତ ଦୋକାନ ଖୋଲା ରହୁଥିବାରୁ ବେପାର ହେଉନାହିଁ । ଆଜି ସାବିତ୍ରୀ ସଜ କିଣିବା ପାଇଁ ଭୁବନେଶ୍ୱର ଏକ ନମ୍ବର ମାର୍କେଟ ରେ ଗହଳି ଦେଖାଦେଇଥିଲା । ବଡ଼ ବଡ଼ ସୋରୁମ ବନ୍ଦ ରହୁଥିବାରୁ ଏଠାରେ ଭିଡ ଜମୁଛି ।

Share

Leave a Reply

Your email address will not be published. Required fields are marked *

two × 5 =