ଲର୍ଣ୍ଣିଂ ଲାଇସେନ୍ସ ଲାଗି ୯ରୁ ସ୍ଲଟ ବୁକିଂ

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ । ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ । କୋଭିଡ ଦ୍ୱିତୀୟ ଲହର ପାଇଁ ଏହା ବନ୍ଦ ଥିଲା । ଗତ ମାର୍ଚ୍ଚ ମାସ ୧୮ରୁ ସ୍ଲଟ ବୁକିଂ ବନ୍ଦ ରହିଛି । ପୂର୍ବରୁ ଯେଉଁମାନେ ଫି ଦାଖଲ କରିଥିଲେ ତାହା କାଏମ ରହିଛି । ତେଣୁ ପୂର୍ବରୁ ଥିବା ଆବେଦନକାରୀ ସ୍ଲଟ ବୁକିଂ କରିପାରିବେ । ନୂଆ ଆବେଦନକାରୀଙ୍କ ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

Share

Leave a Reply

Your email address will not be published. Required fields are marked *

12 − seven =