ବାପାକୁ ମାରିଦେଲେ ଦୁଇ ଭାଇ

ଭଞ୍ଜନଗର: ନିଜ ଜନ୍ମକଲା ବାପାକୁ ମାରିଦେଲେ ଦୁଇ ଭାଇ । ମଦୁଆ ବାପାକୁ ସବକ ଶିଖାଇବାକୁ ଯାଇ କୂଅରେ ହାତ ଗୋଡ଼ ବାନ୍ଧି ପକାଇ ଦେଲେ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଲୁ ସାହୁ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ଅଭିଯୁକ୍ତ ଦୁଇ ଭାଇଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ବୁଲୁ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ । ଯାହାକୁ ନେଇ ଲାଗି ରହୁଥିଲା ଅଶାନ୍ତି । ତେବେ ଦୁଇପୁଅ ହାତ ଗୋଡ଼ ବାନ୍ଧି ମଦୁଆ ବାପାକୁ କୂଅରେ ପକାଇ ଦେଇଥିଲେ । ପରେ ବାପା କୂଅରେ ପଡ଼ିଯାଇଥିବା କହି ଦମକଳ ବାହିନୀକୁ ଫୋନ କରିଥିଲେ । ତେବେ ହାତଗୋଡ଼ ବନ୍ଧା ହୋଇଥିବା ନେଇ ପୋଲିସକୁ ଖବର ଦେବା ପରେ ସବୁ ସତ ପଦାକୁ ଆସିଥିଲା । ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

nineteen + 17 =