ମିଳିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ସାମିଲ ଥିଲେ । ଗତକାଲି ଟ୍ୟୁସନ ଯିବାବେଳେ ବିଏମସିର ଶତାବ୍ଦୀନଗର ଦେଇ ଯାଇଥିବା ୮ ନମ୍ବର ନାଳରେ ପାଣିରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା । ଗତକାଲି ଅଗ୍ନିଶମ ବାହିନୀ ୮ ଘଂଟା କାଳ ଖୋଜାଖୋଜି କଲା ପରେ ରାଜାର ପତ୍ତା ପାଇ ନ ଥିଲେ । ଆଜି ସକାଳ ୬ରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

eighteen + 7 =