ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ, ୧୦ ଜିଲ୍ଲା​‌ରେ କଟକଣା

ଭୁବନେଶ୍ୱର:ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ରାଜ୍ୟକୁ ପୁନର୍ବାର ନାଇଟ କର୍ଫ୍ୟୁ ଫେରିଛି । ୧୦ ଜିଲ୍ଲା​‌ରେ ନାଇଟ୍‌ କର୍ଫ୍ୟୁ ଲାଗୁହେବା ନେଇ ଆଜି ଘୋଷଣା କରାଯାଇଛି । ୧୦ ଜିଲ୍ଲା ଯଥା ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି ।ତେବେ ନାଇଟ କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବା ଗୁଡ଼ିକ ଚାଲୁ ରହିବ ।

Share

Leave a Reply

Your email address will not be published. Required fields are marked *

nine + three =