ଭିଜିଲାନ୍ସ ପଞ୍ଝାରେ ଓସିସିଏଲ୍ ସିନିୟର ମ୍ୟାନେଜର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଓସିସିଏଲ୍ ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା ଓସିସିଏଲ୍ ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ଉ ଜାରି ରହିଛି । ତେବେ ରଞ୍ଜନ ଏବେ ଓସିସିଏଲ୍ ବରିଷ୍ଠ ପ୍ରବନ୍ଧକ ଭାବେ କାର୍ୟ୍ୟରତ ଅଛନ୍ତି । ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି । ଚଢ଼ଉ ବେଳେ ରଞ୍ଜନଙ୍କ ଘରୁ କେତେ କ’ଣ ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Share

Leave a Reply

Your email address will not be published. Required fields are marked *

one × 2 =