12 ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ବିଦ୍ୟୁତ ସେବା

ଭୁବନେଶ୍ୱର () ବାତ୍ୟା ଫନିରେ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି ପାଇଛି । ଏଥିସହ ଆସନ୍ତା 12 ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗର ପୁନଃସ୍ଥାପନ ହେବ । ପୁରୀର ବିଦ୍ୟୁତ ସଂଯୋଗ 12 ତାରିଖରୁ ବଡ଼ଦାଣ୍ଡରୁ ଆରମ୍ଭ କରିବାକୁ ଟାର୍ଗେଟ କରାଯାଇଛି । ଆଜି ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଓ ପୁରୀରେ ଏକ ଲକ୍ଷରୁ ଅଧିକ ବିଦ୍ୟୁତ ଖୁଣ୍ଟି ନଷ୍ଟ ହୋଇଛି । କେବଳ ଶକ୍ତି ବିଭାଗର 12ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଭୁବନେଶ୍ବର ବିସିଡିଡି 1ରେ 46ଟି ଫିଡରରୁ 14ଟି ଚାର୍ଜ ହୋଇଛି, ଆଜି ଆଉ 20ଟି ଚାର୍ଜ ହେବ । ସେହିଭଳି ବିସିଡିଡି 2ରେ 46ଟି ଫିଡରରୁ 20ଟି ଆଜି ଚାର୍ଜ ହେବ । ବିସିଡିଡି 3ରେ 37ଟିରୁ 6ଟି ଆଜି ଚାର୍ଜ ହୋଇଥିବା ବେଳେ 8 ଟି ଆଜି ସନ୍ଧ୍ୟା ସୁଦ୍ଧା ଚାର୍ଜ ହେବ । 10 ତାରିଖ ସୁଦ୍ଧା 80 ପ୍ରତିଶତ ଓ 12 ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗ ହେବ ବୋଲି ସେ କହିଛନ୍ତି ।

ନିମାପଡା ଓ ପୁରୀରେ ସମସ୍ତ ସବଡିଭିଜନର ନୂଆ ଭିତ୍ତିଭୂମି ସ୍ଥାପନ ହେବ । 12 ତାରିଖରେ ବଡଦାଣ୍ଡକୁ ବିଦ୍ୟୁତ ସଂଯୋଗ ଦେବାକୁ ଲକ୍ଷ ରଖାଯାଇଛି । ଏକ ମାସ ମଧ୍ୟରେ ପୁରୀର ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କାର୍ଯ୍ୟ ଶେଷ ହେବ । ବିଦ୍ୟୁତ ସେବାର ପୁନରୁଦ୍ଧାର ପାଇଁ 500 ଗ୍ୟାଙ୍ଗ କାର୍ଯ୍ୟ କରୁଛି । ଆସନ୍ତାକାଲି ସବୁ ଆଇଟିଆଇ ଓ ପଲିଟେକନିକର ଇଲେକ୍ଟ୍ରିକାଲ ଛାତ୍ରଙ୍କୁ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ଯାଂଚକରିବାକୁ ପଠାଯିବ । ଏଥିସହିତ ଆଜି ରାତି ସୁଦ୍ଧା ଏସବିଆଇ ଆରବିଆଇକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଏହାଦ୍ୱାରା ବ୍ୟାଙ୍କିଙ୍ଗ ସେବା ସୁଗମ ହେବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − nine =