ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲାକୁ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର () ବାତ୍ୟା ଫନିର ଭୟଙ୍କର ତାଣ୍ଡବ ସମୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜାତିସଂଘ । ବାତ୍ୟା ପୂର୍ବରୁ 12 ଲକ୍ଷରୁ ଅଧିକ ଲୋକଙ୍କୁ ସଫଳତାର ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ କାର୍ଯ୍ୟକୁ ପ୍ରଶଂସା କରିଛି ଜାତିସଂଘ ।

ଏନେଇ ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ୟାସିମ ଅଲ୍ଲୀ ହଗ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖି ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏଥିସହ ବାତ୍ୟାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ବାତ୍ୟାରେ କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଜୀବନ ରକ୍ଷା କରିବା ସହ ଯେଉଁ ସହାୟତା ପ୍ରଦାନ କରିଛନ୍ତି ସେଥିପାଇଁ ଜାତିସଂଘ ପ୍ରଶଂସା କରିଛି ।

ଓଡ଼ିଶାରେ ଅବସ୍ଥାପିତ ଜାତିସଂଘ ଟିମ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକାରଣ ସହ ଯୋଗାଯୋଗରେ ଅଛନ୍ତି । ଆଉ ବିପର୍ଯ୍ୟୟ ପରେ ପୁନର୍ଗଠନ କାର୍ଯ୍ୟରେ ସହଯୋଗ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ୟୁଏନ ପ୍ରତିନିଧି ।

Share

Leave a Reply

Your email address will not be published. Required fields are marked *

5 × three =