ଭୁବନେଶ୍ୱର ଆର୍ଟ ଟ୍ରେଲ : ସ୍ମୃତି ହୋଇ ରହିବ

ଭୁବନେଶ୍ୱର () : ଭୁବନେଶ୍ୱର ସହରରେ ଦୀର୍ଘ ଏକ ମାସ ଧରି ଚାଲୁଥିବା କଳା ମହୋତ୍ସବ ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ଆଜି ଉଦଯାପିତ ହୋଇଅଛି । ଭୁବନେଶ୍ୱର ଆର୍ଟ ଟ୍ରେଲ୍ (ବ୍ୟାଟ୍) ଟିମ୍ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଗୁଆଝର କମ୍ପାଉଣ୍ଡରେ ଏହାର ଉଦଯାପନୀ ସମାରୋହର ଆୟୋଜନ କରାଯାଇଥିଲା । ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବି.ଡି.ଏ. ଉପାଦକ୍ଷ କ୍ରିଷ୍ଣନ୍ କୁମାର ଯୋଗ ଦେଇଥିଲେ । ସୁନାମଧନ୍ୟ କବି ଦେବ ଦାସ ଛୋଟରାୟ, ୨୦୧୮ ବ୍ୟାଟ୍ ସହ-କ୍ୟୁରେଟର, ଉତ୍ସ ଫାଉଣ୍ଡେସନର ମ୍ୟାନେଜିଂ-ଟ୍ରଷ୍ଟି ତଥା ସୁନାମଧନ୍ୟ ଆର୍ଟିଷ୍ଟ ଜଗନ୍ନାଥ ପଣ୍ଡା ପ୍ରମୁଖ ସମ୍ମାନିୟ ଅତିଥି ରୂପେ ଯୋଗ ଦେଇଥିଲେ ।
ଏହି ଅବସରରେ ୨୦୧୮ ବ୍ୟାଟ୍ କ୍ୟୁରେଟର ଜଗନ୍ନାଥ ପଣ୍ଡା କହିଲେ, “ଓଲଡ୍ ଟାଉନରେ ନିତିଦିନିଆ ବ୍ୟବହୃତ ଜିନିଷମାନଙ୍କୁ ନେଇ ଏପରି ସୁନ୍ଦର କଳାକୃତି ଆଦି ପ୍ରସ୍ତୁତିକୁ ସହ-ସଂଗ୍ରକ୍ଷକତା କରି ମୁଁ ବହୁତ ଖୁସି ଓ କୃତଜ୍ଞ । ଏହି ଟ୍ରେଲ୍ ଶେଷ ହେବା ପରେ, ଦୀର୍ଘ ଏକ ମାସ ଧରି ଚାଲିଥିବା ଏହାର ସ୍ମୃତି ସବୁ ମନରେ ଛାପ ହୋଇ ରହିଯିବ । ଏଥିସହ ଆମେ ଓଲଡ୍ ଟାଉନରେ କନ୍ଟେମ୍ପୋରାରି ଆର୍ଟ ନିମନ୍ତେ ଏକ ସୁନ୍ଦର ସ୍ଥାନ ପାଇପାରିଛୁ । ଆମେ ଏଠାକୁ ପୁଣି ଫେରିବାର ଆଶା ରଖିଛୁ ଏବଂ ଏଠାରେ ରହି ଓଲଡ୍ ଟାଉନରେ ଐତିହାସିକ କାହାଣୀକୁ ରୁଦ୍ଧିମନ୍ତ କରିବାକୁ ପ୍ରୟାସ କରିବୁ ।”
ବି.ଡି.ଏ. ଉପାଦକ୍ଷ କ୍ରିଷ୍ଣନ୍ କୁମାର କହିଥିଲେ, ଏହା ଓଡିଶାର ପ୍ରଥମ ଅର୍ଟ ଟ୍ରେଲ୍, ଆଉ ମୁଁ ଏଥିରେ ସାମିଲ୍ ହୋଇଥିବାରୁ ଅନେକ ଖୁସି । ସର୍ବ ସମ୍ମୁଖକୁ ଆସି ସମସ୍ତଙ୍କୁ ଏକତ୍ରିତ କରି ଏହି ଟ୍ରେଲକୁ ସଫଳ କରିବା ପାଇଁ ମୁଁ ଜଗନ୍ନାଥ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି ।
ବ୍ୟାଟ୍ କ୍ୟୁରେଟର ପ୍ରେମଜିଶ୍ ଆଚାରୀ କହିଲେ, “ ଆମେ ଯାହା ପ୍ରଦର୍ଶିତ କରୁଛୁ ତାହା କେବଳ ପ୍ରଦର୍ଶନୀ କିମ୍ବା ଏକ ପରିଶ୍ରମ ନୁହେଁ ବରଂ ଏହା ହେଉଛି ଆମର ମୂଳ ଲକ୍ଷ୍ୟ । ଯାହାକି କଳାକୁ ଜାଣିବା ଶିଖିବା ଏବଂ ଲୋକତାନ୍ତ୍ରିକ କରିବା ନିମନ୍ତେ ଖୋରାକ୍ ଯୋଗାଇବ ସହ କଳା ପ୍ରତି ପ୍ରେରଣା ସୃଷ୍ଟି କରିବ ଯାହା ଏକ ସୁସ୍ଥ ସମାଜ ଗଢିବାରେ ସହାୟ ହେବ । ଏହା ଛଡା ଏହା ମଧ୍ୟ ସମୁଦାୟ ଲୋକଙ୍କର ଅବସାଦପୂର୍ଣ୍ଣ ଜୀବନକୁ ଦୂର କରିବା ସହ ଆନନ୍ଦରେ ବଚିଂବାର ଖୋରାକ୍ ଯୋଗାଇଥାଏ । ଆମର ଲକ୍ଷ୍ୟ ଏକ ଏପରି ସହର ଯାହାର ଡିଜାଇନ୍, ସ୍ଥାପତ୍ୟ, କୀର୍ତିରାଜି ଏବଂ କଳାର ଉକ୍ରର୍ଷତା ସ୍ପଷ୍ଟ ପ୍ରତିଫଳିତ ହେଉଥିବ ।”
ଉଦଯାପନୀ ସମାରୋହ ଅବସରରେ ବୃହଦ୍ ଅରଣ୍ୟକ ନାମକ ଏକ ନାଟକ ପ୍ରଦୀପ ଧର୍ମପାଳନଙ୍କ ଦ୍ୱାରା ମଚଂସ୍ତ ହୋଇଥିଲା । ବ୍ୟାଟ୍ ୨୦୧୮ର ୩ଟି ସଂକ୍ଷିପ୍ତ ପ୍ରସଙ୍ଗ ସ୍ମୃତି, ଇତିହାସ ଏବଂ ନାଭିଗେସନ୍କୁ ନେଇ ଭିନ୍ନ ଭିନ୍ନ ପରିକ୍ଷଣମାନ କନ୍ଟେମ୍ପୋରାରି ସେଟିଂଙ୍ଗ ଜରିଆରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
ନାଟକ ପ୍ରଦର୍ଶନ ପରେ ଫିଲ୍ମ ସଙ୍ଗୀତକାରଙ୍କ ଦ୍ୱାରା ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ସଙ୍ଗୀତକାରଙ୍କ ଗୁଡଲି ରଥଙ୍କ ସମେତ ସହ-କଳାକାର; ଏମ୍ ହିମାଦ୍ରି, ଇରାଜ୍ ରଥ, ସୁରଜ୍ ରଥ, ଡିଚେନ୍ ନାୟକ ଏବଂ କୁମାର ଶୁଭାଶିଷଙ୍କ ଦ୍ୱାରା ଏକ କନ୍ଟେମ୍ପୋରାରି ଫ୍ୟୁଜନ୍ ମ୍ୟୁଜିକ୍ ପ୍ରଦର୍ଶନ କରାଯାଇଥିଲା । ଏହି ବ୍ୟାଟ୍ ୨ ମାସ ଧରି ସାମିଲ ହୋଇଥିବା ଭଲିନଂଟିୟରର୍ସ, କମ୍ୟୁନିଟି ମୁଖ୍ୟ, ପ୍ରୋଜେକ୍ଟ ଟିମ୍ର ସମସ୍ତ କର୍ମକର୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା ।
ସହର ଉପରେ ବ୍ୟାଟ୍ ୨୦୧୮ର ପ୍ରଭାବ ବିଷୟରେ ସୂଚନା ଦେଇ ବ୍ୟାଟ୍  ପ୍ରୋଜେକ୍ଟ  ନିର୍ଦ୍ଦେଶିକା ସୁକନ୍ୟା ରଥ କହିଲେ, ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ଏହାର ପ୍ରଥମ ସସ୍କଂରଣ ହେଉଛି, ଦୃଷ୍ଟିକୋଣ, ପୁଙ୍ଖାନୁପୁଙ୍ଖ ଯୋଜନା, ନିରନ୍ତର ଓ ସଙ୍ଗଠିତ ଭାବେ ହିତାଧରକାରୀଙ୍କ ନିୟୋଜନ, ଲାଗତାର କାର୍ଯ୍ୟ, ଆର୍ଟିଷ୍ଟ, ଅନୁଗ୍ରାହକ, ସ୍ପନର୍ସ, ଗୋଷ୍ଠୀ, ଦଳ ଏବଂ  ସ୍ୱେଚ୍ଛାସେବୀ ମାନଙ୍କର ସକ୍ରୀୟ ଭାଗୀଦାରିତା ଇତ୍ୟାଦି । ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮, ଏକ ସ୍ୱତନ୍ତ୍ର କଳାତ୍ମକ କାର୍ଯ୍ୟକ୍ରମ ଯାହା, କଳା ମାଧ୍ୟମରେ ସମାଜିକ ପରିବର୍ତନର ବାର୍ତା ଦେଇପାରିବେ ବୋଲି ପ୍ରଦର୍ଶିତ କରିଛି । ମୁଖ୍ୟତଃ ଏହା ଅଦମ୍ୟ ମାନବ ଇଚ୍ଛାର ଶକ୍ତିକୁ ପ୍ରତିଫଳିତ କରିଛି ।
ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ର ଯୋଜନା ଓ ଆୟୋଜନ ଉତ୍ସ ଫାଉଣ୍ଡେସନ୍, ଓଡିଶା ଟୁରିଜିମ୍, ବି.ଡି.ଏ, ବି.ଏମ୍.ସି. ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ମିଳିତ ଉଦ୍ୟମରେ ହୋଇଛି । ଏହାକୁ ନାଲକୋ, ଓ.ଏମ୍.ସି,  ଓ ଏମ୍.ଜି.ଏମ୍. ଗ୍ରୁପ୍ ସହଯୋଗ କରିଛନ୍ତି  । ଏହି କଳା ପ୍ରଦର୍ଶନୀର ପ୍ରମୁଖ୍ୟ ଲକ୍ଷ୍ୟ ହେଉଛି ଉଭୟ ସ୍ଥାନୀୟ ତଥା ଦେଶ ବାହାରର କଳାକାର ତଥା କମ୍ୟୁନିଟି ସଦସ୍ୟମାନଙ୍କୁ ନିୟୋଜିତ କରିବା ଓ ସେମାନଙ୍କୁ ଭୁବନେଶ୍ୱର ପରି ଏକ ସହରର କଳାତ୍ମକ ଓ ସାଂସ୍କୃତିକ ମାହାତ୍ମ୍ୟ ସହିତ ପରିଚୟ କରାଇ ସବୁବେଳେ ତାଙ୍କର ସ୍ମୃତି, କଳ୍ପନା ଓ ଉଚ୍ଚାକାଂକ୍ଷାରେ ରହିବା । ଏହା ସହିତ ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ହେଉଛି ଓଡିଶାର ପ୍ରଥମ ବୃହତ ଜନସାଧାରଣ କଳା କାର୍ଯ୍ୟକ୍ରମ ଯାହା ଓଲ୍ଡ ଟାଉନ୍ର ଗୋଷ୍ଠି ସହିତ କାର୍ଯ୍ୟକରିଛି । ଏହା ହେଉଛି କଣ୍ଟେପରାରି ପବ୍ଲିକ୍ ଆର୍ଟ ଇତିହାସରେ ଏକ ସ୍ୱତନ୍ତ୍ର ପରିକ୍ଷଣ ଯେଉଁଠାରେ ୨୪ ଜଣ ସୁନାମଧନ୍ୟ ଆର୍ଟିଷ୍ଟ ଏକା ସଙ୍ଗରେ ଏକ ସ୍ଥାନର ଇତିହାସ ଓ ସ୍ମୃତିକୁ ଅନୁସନ୍ଧାନ କରିଥିଲେ । ଏହି ପ୍ରଦର୍ଶନୀକୁ ନଭେମ୍ବର ୧୮, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଉଦଘାଟନ କରିଥିଲେ ।  ହାଜାର ହଜାର ସଂଖ୍ୟାରେ ଦେଖଣାହାରୀ , ୧.୩ କିଲୋମ୍ଟରରେ ବିସ୍ତୃତ ଏହି ଟ୍ରେଲକୁ ଦେଖିବାକୁ ଏକତ୍ରିତ ହୋଇଥିଲେ ।
Share

Leave a Reply

Your email address will not be published. Required fields are marked *

four + 3 =