ଜିଲ୍ଲାପାଳଙ୍କ ମହନୀୟତା : ଝାଡୁଦାର ହାତରେ କରାଇଲେ ପତକା ଉତ୍ତୋଳନ

ରାୟଗଡା () ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ କାର୍ଯ୍ୟାଳୟ ରେ ଆଜି ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଛି। ପୈାର ପରିଷଦର ପ୍ରଶାସନିକ ଅଧିକାରି ତଥା ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦର ଆଜି ଅତିଥି ରୁପେ ପୈାର ପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିବା ସକାଶେ ଉପସ୍ଥିତ ରହିଥିଲେ। ଉପଜିଲ୍ଲାପାଳଙ୍କ ସହ ପୈାର ପରିଷଦର ଅନ୍ୟାନ୍ୟ କର୍ମଚାରୀ ଓ ଝାଡୁଦାରମାନେ ଉପସ୍ଥିତ ରହିଥିଲେ। କିନ୍ତୁ ହଠାତ୍ ଉପଜିଲ୍ଲାପାଳ ଜାତୀୟ ପତକା ଉତ୍ତୋଳନ ନକରି ସେଠାରେ ଉପସ୍ଥିତ ଥିବା ଝାଡୁଦାର ମାନଙ୍କ ମଧ୍ୟରୁ ରବି ବାଙ୍ଗାରି ନାମକ ଜଣେ ଝାଡୁଦାରଙ୍କୁ ଉପଜିଲ୍ଲାପାଳ ଡାକିଥିଲେ। ତାଙ୍କ ହାତରେ ଜାତୀୟ ପତକାକୁ ଉତ୍ତୋଳନ କରାଇଥିଲେ। ଆଇଏଏସ୍ ଅଫିସରଙ୍କ ମହନୀୟତା କାର୍ଯ୍ୟକଳାପକୁ ନେଇ କର୍ମଚାରୀ ଓ ଅଞ୍ଚଳରେ ବେଶ୍ ଚର୍ଚା ଜୋର ଧରିବା ଦେଖିବାକୁ ମିଳିଛି। ବର୍ତମାନ ସୋସିଆଲ୍ ମିଡିଆରେ କିଛି ଫୋଟ ଭାଇରଲ ହୋଇ ଚର୍ଚାର ପରିସରକୁ ଆସିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ। ଏଭଳି ଘଟଣାକୁ ନେଇ ସାଧାରଣରେ ଭୁୟସି ପ୍ରଶଂସା କରାଯାଉଥିବା ବେଳେ ଏହି ମାନସିକତା ସମସ୍ତଙ୍କ ଭିତରେ ରହିଲେ ଆମେ ଜାଣିବା ଯେ ପ୍ରକୃତ ସମସ୍ତେ ସ୍ବାଧିନତା ପାଇପାରିଛୁ। ଏ ନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇିଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ପ୍ରତିକ୍ରିୟା ଦେଇନଥିଲେ। କହିଥିଲେ ସେ ଜଣେ ପୈାର ପରିଷଦର ଭଲ ଝାଡୁଦାର।

Share

Leave a Reply

Your email address will not be published. Required fields are marked *

one × five =