କେଉଁ ଦଳକୁ ଯିବେ ସେନେଇ କାଲି ବୈଜୟନ୍ତ ଖୋଲିବେ କାର୍ଡ

ଭୁବନେଶ୍ୱର () ଆସନ୍ତା 24 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ବୈଜୟନ୍ତ ପଣ୍ଡା ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ । ଗତ କଛି ମାସ ଧରି ଏନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ 24ରେ ତାର ଅନ୍ତ ହେବାକୁ ଯାଉଛି ।

ଏନେଇ ବୈଜୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ଆସନ୍ତାକାଲି ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ । ଦିଲ୍ଲୀରୁ ଫେରିବା ପରେ ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଜଣାପଡିଛି ।

ଦୁଇ ଦିନ ତଳେ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବା ପରେ ଜୟ ପଣ୍ଡାଙ୍କ ବିଜେପି ଯୋଗଦାନ ବାଟ ସୁଗମ ହୋଇଥିବା ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

8 + thirteen =