ଗୁରୁତର ଅବସ୍ଥାରେ ବଳିଆ, ଭେଣ୍ଟିଲେଟରକୁ ସ୍ଥାନାନ୍ତର

କଟକ() ବିଗିଡିଲା ବଳିଆର ସ୍ବାସ୍ଥ୍ୟାବସ୍ଥା । ଭେଣ୍ଟିଲେଟରରେ ବଳିଆ ।ଗତକାଲି ରାତିରୁ ବଳିଆର ଛାତିରେ ସଂକ୍ରମଣ ହେବାରୁ ଓ ନିଶ୍ୱାସ ନେବାକୁ କଷ୍ଟ ହେବାରୁ ଭେଣ୍ଟିଲେଟର ଭର୍ତ୍ତି ହୋଇଛି ବଳିଆ ।

ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ ବଳିଆର ଚିକିତ୍ସାରେ ଲାଗିପଡିଛନ୍ତି । ବଳିଆ ଖୁବଶୀଘ୍ର ସୁସ୍ଥ ହେବା ନେଇ ଡାକ୍ତରୀ ଟିମ୍ ଉଦ୍ୟମ ଜାରି ରଖିଛନ୍ତି ।

ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳଙ୍କ ସହିତ ଜଗା-ବଳିଆ ଅପରାହ୍ନରେ ଆସି କଟକ ବଡ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରମା କେୟାର ଆଇସିୟୁ କ୍ୟାବିନରେ ଭର୍ତ୍ତି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × 2 =