କାଲିଠାରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର() ୪୮ ଘଣ୍ଟା ଧରି ବର୍ଷା ପରେ ଆଜି ପାଗ ପରିବର୍ତ୍ତନ ହୋଇଛି । ଏଭଳି ପାଗ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ରହିବ । ତେବେ ଆଜି ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୨୭ ଓ ୨୮ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଖୋର୍ଧା, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ, ପୁରୀ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Share

Leave a Reply

Your email address will not be published. Required fields are marked *

12 + 4 =