ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ବର()   ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି ।ଏଠାରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀରକୁ ବେଶ୍ କିଛି ଘଂଟା ବାହାରେ ରଖିବା ପରେ ବ୍ୟବଚ୍ଛେଦ କରାଯାଇଛି । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର କାମ ଗତକାଲି ଶେଷ ହୋଇଛି । ରାତି ୯ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ୍ ନିଆଯିବ । ସେଠାରେ ପାଖାପାଖି ଏକ ଘଣ୍ଟା ମରଶରୀର ରଖାଯିବ ।କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ଉଦ୍ଧାର କରିଥିଲେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ।

୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

seventeen + 9 =