ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ, ଅନୁଧ୍ୟାନ ପାଇଁଁ ପୁରୀରେ ଏଏସଆଇ ବୈଷୟିକ ଟିମ୍

ଶ୍ରୀମନ୍ଦିର ନାଟମଣ୍ଡପ ଭିତର ଓ ବାହାର ପାର୍ଶ୍ବରେ ଦେଖାଦେଇଥିବା ଫାଟର ପରୀକ୍ଷାନିରୀକ୍ଷା ଲାଗି ପୁରୀରେ ପହଞ୍ଚିଛନ୍ତି ଏଏସଆଇ ବୈଷୟିକ ଟିମ। ଏଏସଆଇର ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ଏହି ବୈଷୟିକ ଟିମ ପୁରୀରେ ପହଞ୍ଚିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ମରାମତି ହେବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ମରାମତି କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି। ବରିଷ୍ଠ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳ ଆଜି ଦିଲ୍ଲୀରୁ ସିଧାସଳଖ ପୁରୀରେ ଆସି ପହଞ୍ଚିଛନ୍ତି। ଏମାନେ ଶ୍ରୀମନ୍ଦିରରେ ପହଞ୍ଚି ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକ୍ ମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି। ଯେହେତୁ ବିମ୍ ର ଫାଟ ବାହାରକୁ ସ୍ପଷ୍ଟ ଜଣାପଡ଼ୁନି, ସେ ଦୃଷ୍ଟିରୁ ଏହି ଫାଟ ଆକାରରେ କେତେ ବଡ଼ ଓ ଏହାର ତୀବ୍ରତା କେତେ ରହିଛି, କେତେ ପରିମାଣରେ ଏହି ଫାଟ ବଢ଼ୁଛି, କ୍ରାକ୍ ମିଟର ଜରିଆରେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଉଛି। ଏସ ଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଇଆଇଟି ଚେନ୍ନାଇ ଏହାର ଅନୁଧ୍ୟାନ କରୁଛି। କିନ୍ତୁ ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନଥିବାରୁ ଏହାକୁ ନେଇ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଟମଣ୍ଡପ କାମ ଆରମ୍ଭ କରିବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

12 + 16 =