ସୁରତରେ ଫସି ରହିଥିବା ୫୭ ଓଡିଆ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଲେ ବୈଜୟନ୍ତ

ଭୁବନେଶ୍ବର() ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗୁଜୁରାଟର ସୁରତ ଅଞ୍ଚଳରେ ଫସି ରହିଥିବା ୫୭ ଜଣ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି ।

ସୂଚନା ଅନୁସାରେ, କରୋନା ଲକଡାଉନ ଯୋଗୁ ଗୁଜୁରାଟର ସୁରତ ଅଞ୍ଚଳରେ ନୟାଗଡ ଜିଲ୍ଲାର ୫୭ ଜଣ ଓଡିଆ ଭୋକ ଉପାସରେ ଫସି ରହିଛନ୍ତି ।ଯୁବ ନେତା ନରେଶ ପାତ୍ର ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇ ଶ୍ରୀପଣ୍ଡାଙ୍କୁ ନିବେଦନ କରିଥିଲେ । ଶ୍ରୀପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗୁଜୁରାଟ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମାନେ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ ।

ଭୋକ ଉପାସରେ ଫସି ରହିଥିବା ଓଡିଆ ମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ  ଗୁଜୁରାଟ ବିଜେପିର କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ବୈଜୟନ୍ତଙ୍କୁ ଭିଡିଓ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − six =