ଆଇନ ଜାଲରେ ଛନ୍ଦି ହେଉଛନ୍ତି ବୈଜୟନ୍ତ

ବୈଜୟନ୍ତଙ୍କ ବନ୍ଧୁ କୋଣାର୍କକୁ ଅଶ୍ଲିଳ କହିଲେ

ଧର୍ମୀୟ ଭାବନାକୁ ଆଘାତ ଦେଉଛନ୍ତି ବୈଜୟନ୍ତ ଆଣ୍ଡ କୋ

ଭୁବନେଶ୍ବର () ଚିଲିକା, ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ହେଲିକ୍ୟାପ୍ଟରରେ ଉଡିବା ଏବଂ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଉପରେ ମନ୍ତବ୍ୟକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ଅଡୁଆରେ ପଡିଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଇମ୍ଫା କମ୍ପାନୀର ଧଳା ରଙ୍ଗର ହେଲିକ୍ୟାପ୍ଟରରେ ଚିଲିକା ହ୍ରଦର ଅତି ନିକଟରେ ପ୍ରାୟ 15 ମିନିଟ ଧରି ଉଡିବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଭିନ୍ନ ଏକ ମୋଡ ନେବାକୁ ଯାଉଛି । ବୈଜୟନ୍ତ ହେଲିକ୍ୟାପ୍ଟରରେ ଉଡିବା ସମୟରେ ତାଙ୍କ ସହ ଥିଲେ ତାଙ୍କର ଦୁଇ ଜଣ ବନ୍ଧୁ । ସେ ମଧ୍ୟରୁ ଜଣେ ବନ୍ଧୁ ଅଭିଜିତ ଆୟାର ମିତ୍ର ଏବଂ ଆରତି ଟିକୋ ସିଂହ । ସେ ମଧ୍ୟରୁ ଅଭିଜିତ ଆୟାର ମିତ୍ର କୋଣାର୍କର କାଳାକୃତ୍ତିକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଦେଖନ୍ତୁ ଏହି ଭିଡିଓରେ କୋଣାର୍କ ସଂପର୍କରେ କଣ କହୁଛନ୍ତି ଅଭିଜିତ ଆୟାର ।

ଏଥିରେ ଅଭିଜିତ ଆୟାର ସ୍ପଷ୍ଟ ଭାବେ କୋଣାର୍କର କାରୁକାର୍ଯ୍ୟ ସଂପର୍କରେ ଅଶ୍ଲିଳ ମନ୍ତବ୍ୟ ଦେଇଛନ୍ତି । ଏହାର କାରୁକାର୍ଯ୍ୟ ହିନ୍ଦୁ ଧର୍ମ ସହ ସଂପୃକ୍ତ ନୁହେଁ । ଏହା ମୁସଲମାନ ଧର୍ମ ସହ ସଂପୃକ୍ତ । ରାମ ମନ୍ଦିର ହେଲେ ସେଠାରେ ଏଭଳି ଚିତ୍ରକଳା ରହିବ ନାହିଁ । ଏଥିସହିତ ସେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ବୈଜୟନ୍ତଙ୍କ ହେଲିକ୍ୟାପ୍ଟରରେ ଉଡିବା ସମୟରେ ମଧ୍ୟ ସେଲଫି ଭିଡିଓରେ କହିଛନ୍ତି ଯେ, ଏହା ଏକ ପର୍ଯ୍ୟଟନ ସ୍ଥଳୀ । ଆୟାରଙ୍କ ଏହିଭଳି ବିବାଦୀୟ ଭିଡିଓକୁ ନେଇ ବିଜେଡି ଓ କଂଗ୍ରେସ ପ୍ରତିବାଦର ସ୍ବର ଉଠାଇଛନ୍ତି ।

ବିଜେଡି ବିଧାୟକମାନେ ଆଜି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ସେମାନେ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆୟାରଙ୍କ ଗିରଫଦାରୀ ଦାବି କରିଥିଲେ । ବିଜେଡି ବିଧାୟକ ସଂଜୟ ଦାସବର୍ମା ଅଭିଯୋଗ କରିଥିଲେ ଯେ, ବୈଜୟନ୍ତଙ୍କ ବନ୍ଧୁ ଓଡିଶାର କଳା ସଂସ୍କୃତିକୁ ଅପମାନିତ କରିଛନ୍ତି । ସେ ରାଜ୍ୟରେ ସାଂପ୍ରଦାୟୀକ ଭେଦଭାବ ମଧ୍ୟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସଂଜୟ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଚିଲିକା ଏକ ରାମସାର ସାଇଟ ହୋଇଥିବାରୁ ହ୍ରଜର ଅତି ନିକଟରେ ହେଲିକ୍ୟାପ୍ଟର ଉଡାଇ ଆଇନ ଉଲଂଘନ ହୋଇଛି । ତେବେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ ଏନେଇ ପାଲଟା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ମଧ୍ୟ ଚିଲିକା ଉପରେ ଉଡିକି ଯାଇଛି । ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି ।

https://youtu.be/SZlUBTk7TAU

https://youtu.be/MQThh5fht0k

https://youtu.be/rURD1XRjanM

https://youtu.be/wlaMi7s2qzk

Share

Leave a Reply

Your email address will not be published. Required fields are marked *

5 × 3 =