ବିଦେଶ ଫେରନ୍ତା ନାଗରିକଙ୍କୁ ଭିଡିଓ ମାଧ୍ୟମରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ବିଦେଶରୁ ଫେରିଥିଲେ ପହଁଚିବାର ୨୪ ଘଂଟା ମଧ୍ୟରେ ବାଧ୍ୟତାମୂଳକ ଭାବେ ଟ୍ରୋଲ ଫ୍ରି ନମ୍ବର ୧୦୪ କିମ୍ବା ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗ ହିଁ ନିଜ ପରିବାର ଓ ଓଡିଶାକୁ ସୁରକ୍ଷିତ ରଖିବ । କରୋନା ମୁକାବିଲା ନେଇ ରାଜ୍ୟରେ ଜନସାଧାରଣଙ୍କୁ ସତର୍କତା ଏବଂ ସଚେତନତା କରିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ଟୁଇଟ୍ କରି ମୁଖ୍ୟମନ୍ତ୍ର୍ୀ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି ନିବେଦନ କରିଛନ୍ତି । ଏନେଇ ଏକ ଦେଢ ମିନିଟର ଭିଡିଓରେ କରୋନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି , କରୋନା ଆଜି ସାରା ବିଶ୍ୱରେ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । କେବଳ ସଚେତନତା ହିଁ ଏହାକୁ ରୋକିପାରିବ । ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ ବିଦେଶରୁ ଫେରୁଥିବା ଭାଇ-ଭଉଣୀଙ୍କୁ ମୋର ନିବେଦନ କି ଆପଣମାନେ ଓଡିଶାରେ ପହଂଚିବାର ୨୪ ଘଂଟା ମଧ୍ୟରେ ୧୦୪ ଟୋଲ ଫ୍ରି ନମ୍ବର ଏବଂ ଅନଲାଇନ ମାଧ୍ୟମରେ ନିଜର ପଞ୍ଜିକରଣ କରନ୍ତୁ । ଆପଣଙ୍କ ପକ୍ଷରୁ ଆପଣଙ୍କ ପରିବାର ଲୋକେ ମଧ୍ୟ ପଂଜିକରଣ କରିପାରିବେ । ଆପଣଙ୍କୁ ମୋର ଅନୁରୋଧ ବିଦେଶରୁ ଫେରିବା ପରେ ନିଜ ଘରେ ୧୪ ଦିନ ଅଲଗା ରୁହନ୍ତୁ ।

Share

Leave a Reply

Your email address will not be published. Required fields are marked *

one × 2 =