ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼

ବାଲେଶ୍ୱର: ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅ ଜଣେ ଯୁବକର ଭୁଜାଲି ଆକ୍ରମଣରେ ଗୁରୁତର ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପରେ ନାବାଳିକାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ଦାଶ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।

ଆଜି ସକାଳେ ମଧୁସ୍ମିତା ଟିଉସନ ଯାଉଥିବା ବେଳେ ରଶ୍ମି ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଧାଇଁ ଆସି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେପଟେ ଖସିଯିବାକୁ ଚେଷ୍ଟା କରୁଥିବା ରଶ୍ମିକୁ ଧରି ପୋଲିସ ଜିମା ଦିଆଯାଇଛି । ଗୁରୁତର ଆହତ ଛାତ୍ରୀଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।

Share

Leave a Reply

Your email address will not be published. Required fields are marked *

6 + sixteen =