ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ, ସ୍ଥାୟୀ ନିଯୁକ୍ତି ଦାବି

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ରେଳରୋକ କରାଯାଇଥିବାରୁ ନାଲ୍‌କୋକୁ ତାଳଚେରରୁ କୋଇଲା ପରିବହନରେ ବାଧା ଦେଖାଦେଇଛି । ସେପଟେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

 
Share

Leave a Reply

Your email address will not be published. Required fields are marked *

2 × 2 =