ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଅଟକ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଜଣଙ୍କୁ କାବୁ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ନାଁ ଏତଲାରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମାନଙ୍କୁ ଫେରାର କରାଇବାରେ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ କାଳିଆକୁ ହତ୍ୟା କରିଥିବା ଟୁଟୁ ମହାପାତ୍ର, କୁନମୁନି ସୁଆର, ହରି ପଣ୍ଡା ରହିଥିବା ବେଳେ ଅନ୍ୟଜଣେ ପୁରୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଗାଁର ଜଗନ ଖଟେଇ ରହିଥିବା ଜଣାପଡିଛି।

ଗତକାଲି ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । କାଳିଆକୁ ଫାୟାରିଂ ସମୟରେ ବାବା ମହାପାତ୍ର ସମେତ କୁନମୁନି ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ଉଲେଖ ରହିଛି। ତେଣୁ ଏହି ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ପୋଲିସ କେବଳ ବାବା ମହାପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ କୁନମୁନି, ଟୁଟୁ ଓ ହରି ଫେରାର ଥିଲେ ।

Share

Leave a Reply

Your email address will not be published. Required fields are marked *

2 × 4 =