ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଟିକାକରଣରେ ରେକର୍ଡ କରିଛି । ଟୀକାକରଣରେ ଭୁବନେଶ୍ୱରକୁ ମିଳିଛି ବଡ ସଫଳତା । ଏହାସହିତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୩୨,୬୧୪ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି । ସେହିପରି ୫୬,୩୨୫ ଜଣ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୪୯,୪୨୧ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

୪୫ ରୁ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ୨,୮୮,୭୭୮ ଜଣ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୨,୩୭,୬୫୩ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ପ୍ରଥମ ଡୋଜ ଟୀକା ୧,୪୫,୯୧୨ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ୧,୨୧,୬୧୮ ଜଣ ନେଇଛନ୍ତି ।
ଅନ୍ୟପଟେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରଥମ ଡୋଜ ଟିକା ୭,୦୦,୪୩୭ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ଟୀକା ୫,୩୨,୯୧୩ ଜଣ ନେଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

16 + 19 =