ଯାଜପୁର ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ଯାଜପୁର()  ସାରା ବିଶ୍ୱ କରୋନା ପାଇଁ ଭୟଭୀତ ଥିବା ବେଳେ ଜୀବନକୁ ବାଜିଲଗାଇ କରୋନା ଯୋଦ୍ଧା କାର୍ଯ୍ୟ କରୁଛନ୍ତି । କିନ୍ତୁ ଯାଜପୁର ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ରାହାସୋଇ ପଞ୍ଚାୟତରେ ମହିଳା ନାଏବ ସରପଞ୍ଚ ଓ ଆଶାକର୍ମୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକ ପ୍ରତିନିଧିଙ୍କ ମନରେ ଭୟ ସୃଷ୍ଟି ହୋଇଛି । କରୋନା କାର୍ଯ୍ୟରେ ଥିବା ବେଳେ କିଛି ବ୍ୟକ୍ତି ମହିଳା ଲୋକ ପ୍ରତିନିଧି ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରଛନ୍ତି । ଏନେଇ ଯାଜପୁର ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି ।

ଯାଜପୁର ଟାଉନ ଥାନା ରାଇସୋଇ ପଂଚାୟତ ରାହାସୋଇ ଗ୍ରାମରେ ଗତ ୨୯ ତାରିଖରେ ୫ ଜଣ ଯୁବକ କଲିକତାରୁ ଆସି ରହିଥିଲେ । ତେବେ ତାଙ୍କୁ ସ୍ଥାନୀୟ ନାଏବ ସଂରପଚ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ଏଥିରେ ରାଗି ଯାଇ ଯୁବକମାନେ ଅନ୍ୟ ଯୁବକଙ୍କ ସହଯୋଗରେ ମହିଳା ନାଏବ ସରପଂଚ ଓ ଆଶା ଦିଦିଙ୍କୁ ଖରାପ ବ୍ୟବହାର କରିବା ସହ ନାଏବ ସରପଂଚ ସ୍ୱାମୀଙ୍କୁ ମାଡ ମାରିଥିଲେ । ଏନେଇ ଯାଜପୁର ଟାଉନ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଅନୁସଂଧାନ ଜାରି ରହିଥିବା ଟାଉନ ଥାନାଧିକାରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =