ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର() ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷକୁ ବୃଦ୍ଧି କରାଯାଇଛି । ସମାନ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ଭିସିଙ୍କ ବଦଳି ହେବନି ।

ଅନ୍ୟପଟେ ଏହାକୁ କଳା ଆଇନ୍ ଓ କଳା ଦିବସ ବୋଲି କହିଛନ୍ତି ନରସିଂହ ମିଶ୍ର । ଆଲୋଚନାରେ ଭାଗ ନେଲେନି ବିଜେପି ବିଧାୟକ ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ । ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ । ଅଧ୍ୟାପକ ନିଯୁକ୍ତି ଓପିଏସସି ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ । ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ।

Share

Leave a Reply

Your email address will not be published. Required fields are marked *

19 − two =