ଅନେକ ରୋଗରୁ ମୁକ୍ତି ଦେଇଥାଏ ସୁପ୍, ଜାଣନ୍ତୁ

ସୁପ୍ ଶରୀର ସ୍ବାସ୍ଥ୍ୟକର ହୋଇଥାଏ। ଅଳ୍ପ ଭୋକ ଲାଗୁଥିବା ସମୟରେ ବା ରୋଗ ହୋଇଥିବା ସମୟରେ ଲୋକମାନେ ସୁପ୍ ପିଇବା ପାଇଁ ପସନ୍ଦ କରିଥାନ୍ତି। ସେହିପରି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା ଅନେକ ପନି-ପରିବାରେ ସାହାଯ୍ୟରେ ଆପଣ ଘରେ ସୁପ୍ ପ୍ରସ୍ତୁତ କରିପାରିବେ। ସୁପ୍ ପ୍ରତ୍ୟେକ ଋତୁରେ ପିଇବାକୁ ପସନ୍ଦ ଆସିଥାଏ। ଋତୁ ଅନୁଯାୟୀ ମଧ୍ୟ ଆପଣ ଭିନ୍ନ-ଭିନ୍ନ ପ୍ରକାରର ସୁପ୍ ପ୍ରସ୍ତୁତ କରିପାରିବେ।

ସୁପ୍ ସ୍ବାସ୍ଥ୍ୟ ପାଇଁ ପୃଷ୍ଟିକର ହୋଇଥାଏ। ଯଦି ଆପଣ ଭେଜ ସୁପ୍ ପିଇବାକୁ ଚାହୁଁଛନ୍ତି ତେବେ ଗାଜର ସୁପ୍ ବହୁତ ଭଲ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗାଜର, ରସୁଣ ଏବଂ ଅଦା ସହ କିଛି ମସଲା ମିଶାଇ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସ୍ବାଦିଷ୍ଟ କରିବା ପାଇଁ ଆପଣ ଏଥିରେ ଗୋଲମରିଚ ମଧ୍ୟ ମିଶାଇ ପାରିବେ। ଆପଣ ଚାହିଁଲେ ମଧ୍ୟ ପାଳଙ୍ଗ ସୁପ୍ ସେବନ କରିପାରିବେ। ଏଥିରେ ଆଇରନ ଅଧିକ ମାତ୍ରାରେ ରହିଥାଏ। ସେହିପରି ଆପଣ ଅଦା ଏବଂ ମକା ସୁପ୍ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ।

କିଛି ବର୍ଷ ପୂର୍ବେ କେବଳ ୪ ରୁ ୫ ପ୍ରକାର ସୁପ୍ ତିଆରି ହେଉଥିଲା। କିନ୍ତୁ ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାରର ସୁପ୍ ଦେଖିବାକୁ ମିଳୁଛି। ଯେପରି ପାଚିଲା କଖାରୁରେ ମଧ୍ୟ ସୁପ୍ ପ୍ରସ୍ତୁତ ହେଉଛି। ସେହିପରି ପାଣି କଖାରୁ ସୁପ୍, ଚଣା ସୁପ୍, ବୁଟ ଡାଲି ସୁପ୍ ଏବଂ ବିନ୍ସ ସୁପ୍ ଏହି ଭଳି ଆପଣ ବିଭିନ୍ନ ପରିବାରେ ମଧ୍ୟ ଭେଜ ସୁପ୍ ପ୍ରସ୍ତୁତ କରିପାରିବେ। ଅନେକ ସମୟରେ ଶରୀରରେ ଫୁଡ ସପ୍ଲିମେଣ୍ଟର ଆବଶ୍ୟକତା କମ ହୋଇଯାଇଥାଏ। ଏହି କାରଣରୁ ସୁପ୍ ପିଇବା ଉଚିତ କାରଣ ଏଥିରେ ଉଚିତ ମାତ୍ରାର ପୋଷକ ତତ୍ତ୍ବ ରହିଥାଏ।

Share

Leave a Reply

Your email address will not be published. Required fields are marked *

five × two =