ପ୍ରତି ଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି

ଲଦାଖ() ଆଜି ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମୁ କ୍ୟାମ୍ପରେ ସେନାକୁ ଉଦବୋଧନ ଦେଇଛନ୍ତତି । ଏହି ଅବସରରେ ସେ ସେନା ଯବାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି । ଯବାନଙ୍କ ଜୋଶ ବଢାଇଛନ୍ତି ମୋଦୀ । ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ ବୋଲି ମୋଦୀ କହିଛନ୍ତି । ଗଲୱାନ ଘାଟିରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ।

ଏହାଛଡ଼ା ସେ ଯବାନଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ, ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ । ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲି ଉଠୁଛି । ଆଜି ଏହି ମାଟି, ପାଣି, ପବନ ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ । ସାରା ଦୁନିଆ ଆଜି ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା । ଲଦାଖର ଏ ପୁରା ଅଞ୍ଚଳ ଭାରତର ମସ୍ତକ । ଏ ମାଟି ବୀରମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂକଳ୍ପ । ଏ ମାଟିର ସୁରକ୍ଷା ନେଇ ଆପଣମାନଙ୍କ ସଂକଳ୍ପ ମୁଁ ଦେଖି ପାରୁଛି । ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁଁହତୋଡ଼ ଜବାବ ଦିଆଯାଇଛି । ପ୍ରତି ଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି । ଦୁର୍ବଳ, କମଜୋର କେବେ ଶାନ୍ତି ଆଣିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଏହାଛଡ଼ା ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ବିସ୍ତାରବାଦର ଯୁଗ ସମାନ୍ତ ହୋଇସାରିଛି । ବର୍ତ୍ତମାନର ଯୁଗ ବିକାଶବାଦର ଯୁଗ । ବିସ୍ତାରବାଦ ହିଁ ମାନବିକତାର ବିନାଶର କାରଣ ହୋଇଛି । ବିସ୍ତାରବାଦ ହିଁ ବିଶ୍ୱଶାନ୍ତି ପାଇଁ ସୁବବେଳେ କ୍ଷତିକାରକ ହୋଇଛି । ଏଭଳି ଶକ୍ତି ସବୁବେଳେ ପରାସ୍ତ ହୋଇଛି ବା ମୁଣ୍ଡ ନୁଆଁଇଛି । ସାରା ବିଶ୍ୱ ଏବେ ବିସ୍ତାରବାଦ ବିରୋଧରେ ଏକାଠି ହୋଇଛି । ଠିକକୁ ଠିକ କହିବା ଏବଂ କରି ଦେଖାଇବା ହିଁ ସାହସ ବୋଲି ମୋଦୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 12 =