୭ଟି ରାଜ୍ୟରେ ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୭ଟି ରାଜ୍ୟରେ ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ଏବଂ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏଲୋତରେ ଦ୍ବିତୀୟ ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି) ଖୋଲିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟପ୍ରଦେଶର ବାନ୍ଦା, ମହାରାଷ୍ଟ୍ରର ୱାଶିମ, ମଣିପୁର ଚାକପିକାରୋଙ୍ଗ, ମହାରାଷ୍ଟ୍ରର ପରଭମ, ବିହାରର ନୱାଦା, ୟୁପିର ମିର୍ଜାପୁର, ଭଦୋହୀ, ଝାଡ଼ଖଣ୍ଡର ପଲାମୁ, ତେଲଙ୍ଗାନାର ସିଦ୍ଦିପେଟ, କର୍ଣ୍ଣାଟକ କୁଡାମାଲକୁନ୍ତେ, ଉତରପ୍ରଦେଶ ସୁରଜପୁର ସିଆଇଏସଏଫ, ବିହାରର ଦେବକୁଣ୍ଡ ଏବଂ ଉତରପ୍ରଦେଶର ବାୱଲୀରେ ଖୋଲାଯିବ । ଏଥିସହିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏଲୋତରେ ଆଉ ଏକ ଜବାହାର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଅନୁମତି ଦେଇଛନ୍ତି ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅନୁସୂଚିତ ଜାତି ଏବଂ ଜନଜାତି ଲୋକମାନଙ୍କ ସଂଖ୍ୟା ଅଧିକ ଏବଂ ଏହି ଜିଲ୍ଲାରେ ଆଉ ଏକ ଜେଏନଭି ପ୍ରତିଷ୍ଠା କରିବା ଲାଗି ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ମଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ଜମି ଏବଂ ଅସ୍ଥାୟୀ ଗୃହ ଦେବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

ବର୍ତମାନ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଗୁଣବତା ସମ୍ପନ୍ନ ଶିକ୍ଷା ପ୍ରାପ୍ତ କରୁଛନ୍ତି । ଜବାହର ନବୋଦୟ ବିଦ୍ୟାଳୟ ଦେଶର ବିଭିନ୍ନ ଭାଗରେ ପାଖାପାଖି ୨.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ଆଧୁନିକ ଶିକ୍ଷା ପ୍ରଦାନ କରୁଛି । ଦେଶରେ ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ଦ୍ୱାରା ୧୩ ହଜାର ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ । ଏଲୋତରେ ଦ୍ବିତୀୟ ନବୋଦୟ ବିଦ୍ୟାଳୟ ଖୋଲିବା ଦ୍ବାରା ଦ୍ବାଦଶ ଶ୍ରେଣୀର ୫୬୦ ଜଣ ଅତିରିକ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

two × 2 =