ପେପରଲେସ ଇନଭେଷ୍ଟିଗେସନ ପାଇଁ ‘ଆରକ୍ଷୀ’

ଭୁବନେଶ୍ବର () ଏବେ ପୋଲିସି ପ୍ରଶାସନ ବି ହେବ ହାଇଟେକ । ତଦନ୍ତ ପ୍ରକ୍ରିୟାକୁ ସହଜ ଓ ପେପରଲେସ କରିବାକୁ ଆରମ୍ଭ ହେଲା ଆରକ୍ଷୀ ଆପ୍ । ଏହାଦ୍ବାରା କ୍ରାଇମ ରେକର୍ଡ କରିବା ପ୍ରକ୍ରିୟା ହେବ ସହଜ। କାରଣ ତଦନ୍ତକାରୀ ଅଧିକାରୀ ପେନ ଓ କାଗଜରେ ନ ଲେଖି ଲେଖିବେ ଟ୍ୟାବରେ। ଟ୍ୟାବରେ ରହିବ ଆରକ୍ଷୀ ଆପ। ଯେଉଁଥିରେ ତଦନ୍ତ ସ୍ଥଳି ବା ଘଟଣାସ୍ଥଳରୁ ସିଧା ଫଟୋ ଅପଲୋଡ ସହ ତଦନ୍ତ ରେ ଆବଶ୍ୟକ ଇନଫରମେସନ ତୁରନ୍ତ ଅପଲୋଡ ହୋଇପାରିବ। ଯାହା ଦ୍ବାରା ଜଣେ ଅପରାଧୀ ହେଉ ବା ଅପରାଧର ସୁଚନା ଅପଲୋଡ ଦ୍ବାରା ତୁରନ୍ତ ଇନଫରମେସନ ଡାଟା ପ୍ରୋସେସ ଜରିଆରେ ସମସ୍ଥ ଥାନା ବା ପୋଲିସ କାର୍ଯାଳୟରେ କ୍ରାଇମ ସମ୍ପର୍କରେ ଜାଣିପାରିବେ।

ଏହାଦ୍ବାରା କ୍ରାଇମ ଡିଟେକ୍ସନ ତୁରନ୍ତ ସହ ଅପରାଧଇ ବା ଅପରାଧର ତୁରନ୍ତ ସମାଧାନ ହୋଇପାରିବ। ଏଥିପାଇଁ ସମସ୍ତ ଥାନାର ତଦନ୍ତକାରି ଅଧିକାରୀଙ୍କୁ ଏଥିପାଇଁ ଟ୍ୟାବ ଦିଆଯାଇଛି। ଏହି ଟ୍ୟାବ ମାଧ୍ୟମରେ ଘଟଣା ସ୍ଥଳ, ଚୋରୀ ହୋଇଥିବା ସ୍ଥାନ, ଧରାପଡିଥିବା ଅଫରାଧୀଙ୍କ ଡାଟା କ୍ରାଇମ କଣ୍ଟ୍ରୋଲ ଟ୍ରାକିଂ ନେଟୱର୍କ ସିଷ୍ଟମ ବା ସିସିଟିଏନଏସ ରେ ସହଜରେ ଉପଲବ୍ଧ ହୋଇପାରିବ। ଭୁବନେଶ୍ବରର ଅପରାଧି ସଂମ୍ପର୍କରେ ରାଜ୍ୟର ଅନ୍ୟ ଜିଲ୍ଲାର ପୋଲିସ ଅଧିକାରୀମାନେ ମଧ୍ୟ ଜାଣିପାରିବେ। ଯାହାକି ସମ୍ପୁର୍ଣ୍ଣ ପେପରଲେସ ରହିବ। କେସ ଡାଏରି ପ୍ରସ୍ତୁତ କରିବାରେ ମଧ୍ୟ ଏହା ସହାୟକ ହେବ । ୬୧ ତମ ପୋଲିସ ଅଫିସର ସମ୍ମିଳନିରେ ଏହି ଆପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆଗାମୀ ଦିନରେ ସମସ୍ତ ଥାନାକୁ ଆଉ ଗୋଟିଏ କିମ୍ବା ଦୁଇଟି ଲେଖାଏ ଟ୍ୟାବ ଦେବାକୁ ଯୋଜନା ରହିଥିବା ବେଳେ ଲ୍ୟାପଟପ ଦେବାର ମଧ୍ୟ ଯୋଜନା ରହିଛି।

ହକି ବିଶ୍ବକପ ଆୟୋଜନଠୁ ଆରମ୍ଭ କରି ଭିଆଇପି ଓ ଭିଭିଆପି ଗସ୍ତ। ଆଇନ ଶୃଙ୍ଖଳା କ୍ଷେତ୍ରରେ ଭଲ ପ୍ରଦର୍ଶନ ନେଇ ରାଜ୍ୟ ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ନକ୍ସଲ ଦମନ, କ୍ରାଇମ ଡିଟେକ୍ସନ ଭଳି ଭଲ ପଦକ୍ଷେପ ନେଇ ୬୧ତମ ବରିଷ୍ଠ ପୋଲିସ ସମ୍ମିଳନୀରେ ପ୍ରଶଂସାରେ ପୋତିପକାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ସରକାର ରାଜ୍ୟବାସୀଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାକୁ ପ୍ରତିବଧତା ରଖିଛି । ସୁରକ୍ଷିତ, ପ୍ରତିକୁଳ ବାତାବରଣ ଜାରି ରଖିବାକୁ ସକଳ୍ପବଧ ଅଛୁ। ସ୍ବଛତା ଉପରେ ସରକାର ଅଧିକ ଫୋକସ ଦେଉଛି। ଲୋକାଭିମୁଖି ସେବା ଯୋଗାଇବାକୁ ଯତ୍ନବାନ । ମହିଳା ଓଶିଶୁ ସୁରକ୍ଷା ଦିଗରେ  ୧୯ଟି ସେଣ୍ଟର ହୋଇଛି ତାହା ଆଗାମି ଦିନରେ ବଢାଯିବ। ଏହାକୁ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଯୋଜନା କରାଯାଉଛି।

ଏହି ଅବସରରେ ନକ୍ସଲ ଅପରେସନରେ ଶ୍ରେଷ୍ଠ ଜିଲ୍ଲା ମାଲକାନଗିରି, ଦଣ୍ଡବିଧାନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା. ମୟୁରଭଞ୍ଜ, ଗଂଜେଇ ଚାଷ ଓ ନଷ୍ଟ ରୋକିବା ଶ୍ରେଷ୍ଠ ଜିଲ୍ଲା କନ୍ଧମାଳ, ମାଦକ ଦ୍ରବ୍ୟ ଜବତ ଓ ରୋକିବାରେ  କୋରାପୁଟ, ସଡକ ସୁରକ୍ଷା ଉନ୍ନତିରେ କେଉଁଝର, କ୍ରାଇମରେକର୍ଡରେ ଭଲ ପ୍ରଦର୍ଶନ କରିବାରେ ସମ୍ବଲପୁର, ସିଟିଜେନ ସର୍ଭିସରେ ଗଜପତି, ମଡେଲ ପୋଲିସ ଷ୍ଟେସନରେ କୋରାପୁଟ, ଶ୍ରେଷ୍ଠ ବାଟାଲିୟନ ଭାବେ  ଷଷ୍ଠ ବାଟାଲିୟନ କଟକକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ

Share

Leave a Reply

Your email address will not be published. Required fields are marked *

14 − 7 =