ବିଦା ହେବେ ‘ଚକ୍ରାନ୍ତ ଜେନା’!

ଭୁବନେଶ୍ୱର () ଖୁବଶୀଘ୍ର ରାଜ୍ୟ କଂଗ୍ରେସରୁ ନିଲମ୍ବିତ ହେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ତାଙ୍କ ନିଲମ୍ବନ ସମ୍ପିର୍କିତ ଆବେଦନକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି । ଖୁବଶୀଘ୍ର ତାଙ୍କ ନିଲମ୍ବନ ନୋଟିସ ପିସିସି ଶୃଙ୍ଖଳା କମିଟି ଜାରି କରିବ ।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ଜେନା ଗତ କିଛି ମାସ ହେଲା ପିସିସି ସଭାପତିଙ୍କ ବିରୋଧରେ ନିୟମିତ ଚକ୍ରାନ୍ତ କରୁଛନ୍ତି । କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସାଗରିଆଙ୍କୁ ହାତ କରି ସେ ଦଳ ବିରୋଧରେ ଏକ ହାୱା ସୃଷ୍ଟି କରୁଥିଲେ । ଏପରିକି କଂଗ୍ରେସ ବିରୋଧରେ କଂଗ୍ରେସକୁ ଲଢ଼େଇବାରେ ସେ ଏକ ପ୍ରମୁଖ ଭୂମିକା ତୁଲାଉଥିବା ଅଭିଯୋଗ ହେଉଛି । ଏହିଦୃଷ୍ଟିରୁ ଶ୍ରୀକାନ୍ତ ଓ ସାଗରିଆଙ୍କୁ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।

Share

Leave a Reply

Your email address will not be published. Required fields are marked *

nineteen + 18 =