ଆମେ ଆଞ୍ଚଳିକ ଦଳ, ଯାହା କରିବୁ ରାଜ୍ୟ ସ୍ବାର୍ଥ ପାଇଁ

ଭୁବନେଶ୍ବର () ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ  । ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି । ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ । ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୀତି ଆଦର୍ଶ ଓ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି ।

ସେ କହିଛନ୍ତି ଯେ, ବିଜେଡି ଏକ ଆଞ୍ଚଳିକ ଦଳ । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ଆଭିମୁଖ୍ୟରେ ବିଜେଡି ଗତ ରାଜ୍ୟରେ ଶାସନ କରୁଛି । ଏହି ଆଭିମୁଖ୍ୟ ନେଇ ଦଳ ଆଗକୁ ମଧ୍ୟ ରାଜନୀତି କରିବ । ଏକ ଆଂଚଳିକ ଦଳ ଭାବେ ବିଜେଡି ଯାହ କରିବ ତାହା ରାଜ୍ୟ ସ୍ବାର୍ଥ ପାଇଁ ବୋଲି ସେ କହିଛନ୍ତି ।

ମମତାଙ୍କ ଦ୍ବାରା ଆୟୋଜିତ ଏହି ସମାବେଶରେ ବିଜେଡିର ଯୋଗଦାନକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା । ଯଦିଓ ବିଜେଡି ଏହି ସମାବେଶରେ ଯୋଗ ଦେବନି ବୋଲି ପୂର୍ବରୁ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା, ବିଜେପି ଓ କଂଗ୍ରେସ କିନ୍ତୁ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିଲା । ଏପରିକି ବାରମ୍ବାର ବିଜେପି କଂଗ୍ରେସ-ବିଜେଡି ସଂପର୍କ ଏବଂ କଂଗ୍ରେସ ବିଜେପି-ବିଜେଡି ମଧ୍ୟରେ ଭିତିରି ସଂପର୍କ ରହିଛି ବୋଲି ଆକ୍ଷେପ କରୁଛନ୍ତି । ଏହି ସମାବେଶରେ ଯୋଗ ନଦେଇ ବିଜେଡି ସ୍ପଷ୍ଟ କରିଦେଇଛି ଯେ, ଏହା ଏବେ ବି ଦୁଇ ଜାତୀୟ ଦଳ ଠାରୁ ସମଦୂରତା ନୀତିରେ ବିଶ୍ବାସ କରୁଛି ।

Share

Leave a Reply

Your email address will not be published. Required fields are marked *

19 − one =