ଆସୁଛି ‘ପାବୁକ’, ସତର୍କ ସୂଚନା ଜାରି

ଭୁବନେଶ୍ବର: ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ତ୍ରାହି ନାହିଁ । ପେଥାଇ ପରେ ଏବେ ପୁଣି ମାଡ଼ି ଆସୁଛି ବାତ୍ୟା ‘ପାବୁକ’ । ଭାରତୀୟ ପାଣିପାଗର ଯାହା ସୂଚନା ମିଳୁଛି ବାତ୍ୟା ପାବୁକ ଓଡ଼ିଶାରେ ପ୍ରଭାବ ପକାଇବ । ଏଥିରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରଭାବ ପଡ଼ିବ । ଏଥିନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ୬ ଜାନୁଆରୀରେ ଏହା ଆଣ୍ଡାମାନ ଛୁଇଁବ ।  ଆସନ୍ତା ୭ ଓ ୮ ତାରିଖ ସୁଦ୍ଧା ଏହା ଓଡ଼ିଶାକୁ ଆସିବ ବୋଲି କୁହାଯାଉଛି । ଏହି ୭ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ପୁରୀ, ଗଂଜାମ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ ଓ ଜଗତସିଂହପୁର । ପୋର୍ଟବ୍ଲେୟରରୁ ୧୫ କିମି ଦୂରରେ ଏହା ଅବସ୍ଥିତ । ଏହା ଏବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦେଇ ଗତି କରୁଛି । ଜାନୁୟାରୀ ୫ ଅପରାହ୍ନରେ ଆଣ୍ଡାମାନ ଉପରେ ରହିବ ପାବୁକ । ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

ପୂର୍ବରୁ ଆସିଥିବା ବାତ୍ୟା ‘ପେଥାଇ’ ଓଡ଼ିଶା ଆସିବା ବଦଳରେ ଆନ୍ଧ୍ରପ୍ରଦେଶକୁ ଚାଲିଯାଇ ସେଠାରେ କ୍ଷୟକ୍ଷତି କରିଥିଲା । ଓଡ଼ିଶାରେ କେବଳ ତାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ଏଥର ପାବୁକର ପ୍ରଭାବ ଓଡିଶାରେ ପଡିବ ବୋଲି ଆଶଙ୍କା କରାଯାଉଛି ।

6 ତାରିଖରେ ଆଣ୍ଡାମାନ ଛୁଇଁଲା ପରେ ଓଡ଼ିଶାକୁ ଆସିବ । ଏହା ପ୍ରଭାବରେ ସମୁଦ୍ର ଜୁଆରିଆ ରହିବ । ଏଣୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୪ ତାରିଖରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀବାଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 − three =