ହୋସଲା-2018ରେ ଓଡିଶା ପିଲାଙ୍କ ସଫଳତା

ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ହକି ଦେଖିବାକୁ ଆମନ୍ତ୍ରଣ କଲେ ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହୋସଲା-2018ରେ ଭାଗ ନେଇଥିବା ଓଡିଆ ପୁଅ ଝିଅଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପିଲାଙ୍କ ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପିଲାଙ୍କୁ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ବକପ ଖେଳ ଦେଖିବାକୁ ଆମନ୍ତ୍ରଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଜେତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ 50 ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ 30 ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ 20 ହଜାର ଟଙ୍କା ଘୋଷଣା କରିଛନ୍ତି ।

ନଭେମ୍ବର 26 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଜାତୀୟସ୍ତରରେ ହୋସଲା-2018 ଅନୁଷ୍ଠିତ ହୋଇଥିଲା । ଏହା ଏକ ଆନ୍ତଃଶିଶୁ ସେବା ଅନୁଷ୍ଠାନ ପ୍ରତିଯୋଗିତା । ଏଥିରେ ଓଡିଶାରୁ 18 ବର୍ଷରୁ କମ 37ଜଣ ପିଲା ଫୁଟବଲ, ଚେସ, ଆଥଲେଟିକ୍ସ, ଚିତ୍ରାଙ୍କନ, ତର୍କ ଓ ମଡେଲ ନିର୍ମାଣ ଆଦି ପ୍ରତିଯୋଗିତାରେ ଭାଗ ନେଇ 14ଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 18ଟି ପ୍ରତିଯୋଗୀ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା ।

Share

Leave a Reply

Your email address will not be published. Required fields are marked *

three × four =