ଗ୍ରାମୀଣ ବିକାଶର ନୂଆ ଇତିହାସ : ଆମ ଗାଁ ଆମ ବିକାଶ

314ବ୍ଲକ, 6798ଟି ପଂଚାୟତ, 1554 କୋଟି 41 ଲକ୍ଷ ଟଙ୍କା

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜି ରାଜ୍ୟର ସବୁ ପଂଚାୟତ ଓ ବ୍ଲକରେ ପହଁଚି ଓଡିଶାର ଗ୍ରାମାଞ୍ଚଳ ବିକାଶରେ ନୂଆ ଇତିହାସ ସୃଷ୍ଟି କରିଛି । 2018 ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ 314 ଦିନରେ ରାଜ୍ୟର ସବୁ ଗାଁରେ ପହଁଚି ବିକାଶ ପ୍ରକ୍ରିୟାକୁ ଏକ ନୂଆ ଦିଗଦର୍ଶନ ଦେଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 314 ବ୍ଲକର 6798ଟି ପଂଚାୟରେ 62ହଜାର 857 ପ୍ରକଳ୍ପ ପାଇଁ 1554 କୋଟି 41 ଲକ୍ଷ ଟଙ୍କା ମଂଜୁର କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କ ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସୀ । ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସ୍ବଚ୍ଛତାର ସହିତ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଓ ଟେକ୍ନୋଲୋଜିର ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହାରଣ । ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କ ସହିତ କଥା ହୋଇ ସେ ବହୁତ ଖୁସୀ ବୋଲି କହିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ 6ଟି ଜିଲ୍ଲାର 8ଟି ବ୍ଲକ ପାଇଁ 39 କୋଟି 53 ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡିକ ହେଲା, ନୟାଗଡ ଜିଲ୍ଲାର ଦଶପଲ୍ଲା, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ସଦର ଓ ନୂଆଗାଁ, ଝାରସୁଗୁଡା ଜିଲ୍ଲାର ଲଖନପୁର, ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ଓ ବେଲପଡା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ।

Share

Leave a Reply

Your email address will not be published. Required fields are marked *

2 × four =