ନବ ନିର୍ମାଣ କୃଷକ ସଂଗଠନକୁ ମିଳିଲାନି ଆଶାନୁରୁପ ସମର୍ଥନ

ଭୁବନେଶ୍ବର () ଚାଷୀଙ୍କୁ ତତେଇ ପାରିଲାନି ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିନି ଆଶାନୁରୂପ ସମର୍ଥନ । ଏପରିକି ରାଜ୍ୟର ଚାଷୀମାନେ ବି ଏହି ଆନ୍ଦୋଳନରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ଟ୍ରେନ ଚଳାଚଳ ଓ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିଥିଲା ।

ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ନୈତିକ ସମର୍ଥନ ଜଣାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କୁ ଏତେ ପ୍ରଭାବିତ କରିଛି ଯେ, ସେମାନେ ଏହି ବନ୍ଦରେ ସ୍ବତଃପ୍ରବୃତ ଭାବେ ସାମିଲ ହୋଇନାହାଁନ୍ତି । ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳନି । ଚାଷୀଙ୍କ ସାମଗ୍ରୀକ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନା ଆଗରେ କୃଷକ ସଂଗଠନର ଅଭିଯୋଗ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି ।

ତେବେ ଏମିତି ନୁହେଁ ଯେ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାନବାହାନ ଚଳାଚଳକୁ ବନ୍ଦ କରିବାକୁ ବା ବଳପୂର୍ବକ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଚେଷ୍ଟା କରାଯାଇନି । ମାଷ୍ଟରକ୍ୟାଣ୍ଟିନି ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତାରେ ଶୋଇପଡ଼ିଥିଲେ ପୋଲିସର ହସ୍ତକ୍ଷେପ ଫଳରେ ପୋଲିସ ସେମାନଙ୍କୁ ଗିରଫ କରିଛି। ରବି ଟକିଜ ଛକରେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ । ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ସଚିବାଳୟ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଯୁବଚାଷୀ ବାଇକ ରାଲିରେ ଆସି ସଚିବାଳୟ ପସିବାକୁ ଉଦ୍ୟମ କରିଥିଲେ ୩୦ ଉର୍ଦ୍ଧ୍ବ ଆନ୍ଦୋଳନକାରୀ। କିଛି ସମୟ ଧରି ନାରାବାଜି ପରେ ଯୁବ ଚାଷୀ ନେତାଙ୍କୁ ଗିରଫ କରିଥିଲା ପୋଲିସ।

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ 10 ପ୍ଲାଟୁନ୍ ପୋଲିସ ଫୋର୍ସ, ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ଅଛନ୍ତି। ରାଜ୍ୟରେ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ସାଧାରଣ ଲୋକ ଏବଂ ଅତ୍ୟାବଶ୍ୟକ ସେବାର ସୁରକ୍ଷା ପାଇଁ ପୋଲିସ ମୁତ୍ତୟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 + four =